ବିଜେପିର ନିରବ ସଙ୍କଟମୋଚକ ଭୂପେନ୍ଦ୍ର ପଟେଲ

ବିଜେପିର ନିରବ ସଙ୍କଟମୋଚକ ଭୂପେନ୍ଦ୍ର ପଟେଲ

The Indian Express

ନୂଆଦିଲ୍ଲୀ : ୨୦୨୧ରେ ବିଜେପି ଯେତେବେଳେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଘୋଷଣା କଲା ସେ ସମୟରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂପେନ୍ଦ୍ରଙ୍କ ନେତୃତ୍ବରେ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ସମସ୍ତଙ୍କୁ ବିସ୍ମିତ କରିଦେଇଛି। ଭୂପେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ୧୫୬ ଆସନରେ ନିର୍ବାଚନ ଜିତିଛି।

ଇଂଜିନିୟରରୁ ରାଜନେତା‌ ହୋଇଥିବା ଭୂପେନ୍ଦ୍ର ପଟେଲ ଯୁବାବସ୍ଥାରୁ ଆରଏସଏସ ସହ ଜଡ଼ିତ। ୧୯୯୦ ଦଶକରେ ସେ ରାଜନୀତିର ମୁଖ୍ୟ ଧାରାକୁ ଆସିଥିଲେ। ୨୦୧୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟରେ ବିଜେପିର ନିରବ ସଙ୍କଟମୋଚକ ବିବେଚନା କରାଯାଉଛି। ୬୦ ବର୍ଷୀୟ ଭୂପେନ୍ଦ୍ର ପଟେଲଙ୍କ ଚମତ୍କାର ନିଷ୍ପତ୍ତି ନେବା ଶକ୍ତି ପାଇଁ ସେ ଜଣାଶୁଣା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଗୁଜରାଟରେ ବିଜେପିର ଅନେକ ସମସ୍ୟାର ସମାଧାନ କରିଦେଇଛନ୍ତି ବୋଲି ଜଣେ ବିଜେପି କାର୍ଯ୍ୟକର୍ତ୍ତା କହିଛନ୍ତି। ଦଳର ଅନେକ ଟାଣୁଆ ବ‌ିଦ୍ରୋହୀଙ୍କୁ ମଧ୍ୟ ସେ ମନାଇବାରେ ସଫଳ ହୋଇଥିଲେ।

ଭୂପେନ୍ଦ୍ର ପଟେଲ ହେଉଛନ୍ତି ଗୁଜରାଟର ପଞ୍ଚମ ପଟିଦାର ମୁଖ୍ୟମନ୍ତ୍ରୀ। ସେ ପ୍ରଥମ କଡ଼ଭା ପଟେଲ ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଟେଲଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। ୨୦୧୭ରେ ସେ ବିଧାୟକ ହେବା ପୂର୍ବରୁ ତାଙ୍କର ନିର୍ମାଣ ବ୍ୟବସାୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe