୧୨ରେ ଶପଥ ନେବେ ଭୂପେନ୍ଦ୍ର ପଟେଲ: ଶୁଭେଚ୍ଛା‌ ଜଣାଇଲେ ମୋଦୀ-ଶାହ

Advertisment

୧୨ରେ ଶପଥ ନେବେ ଭୂପେନ୍ଦ୍ର ପଟେଲ: ଶୁଭେଚ୍ଛା‌ ଜଣାଇଲେ ମୋଦୀ-ଶାହ

The Indian Express

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଲଗାତାର ଦ୍ବିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲ ଆଜି ଏନେଇ ଘୋଷଣା କରିଛନ୍ତି। ଡିସେମ୍ବର ୧୨ ତାରିଖରେ ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବେ। ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ରେକର୍ଡ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପ‌ଟେଲଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ଭୂପେନ୍ଦ୍ର ପଟେଲ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଭାଇ ଗୁଜରାଟରେ ବିଜେପିର ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବିଜେପିର ସୁଶାସନ ଉପରେ ଲୋକଙ୍କ ବିଶ୍ବାସ ଏବଂ ଭରସା ପାଇଁ ଏଭଳି ବିଶାଳ ବିଜୟ ମିଳିଛି ବୋଲି ପଟେଲ କହିଛନ୍ତି। ପଟେଲ ଏଥିପାଇଁ ଗୁଜରାଟ ବାସିନ୍ଦାଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ପଦାଙ୍କ ଅନୁସରଣ କରିବା ଦ୍ବାରା ବିଜେପି ରେକର୍ଡ ବିଜୟ ସହ କ୍ଷମତାକୁ ଫେରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe