Photo Credit: PTI
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ‘ଭ୍ରଷ୍ଟାଚାରୀ ନମ୍ବର-୧’ କହିବା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ସେ କହିଛନ୍ତି କି ମୋଦୀ ତାଙ୍କର ମାନସିକ ସ୍ଥିତି ହରାଇ ବସିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କଲା ବେଳେ ଭୁପେଶ ଏପରି କରିଛନ୍ତି। ସେ କହିଛନ୍ତି କି ମୋଦୀ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଓ ତାଙ୍କୁ ଡାକ୍ତରୀ ଚିକିତ୍ସାର ଅବଶ୍ୟକତା ରହିଛି।
କେହି ବି ଏକଥା କଳ୍ପନା କରିନଥିଲେ ଯେ ସଂସାରରେ ନ ଥିବା ପ୍ରଧାନମନ୍ତ୍ରୀଙ୍କ ନାମର ଏବେକାର ପ୍ରଧାନମନ୍ତ୍ରୀ ଏମିତିକା ମନ୍ତବ୍ୟ ବି ଦେଇପାରନ୍ତି ବୋଲି। ଏହି କଥା ୨ଟି ଜିନିଷକୁ ଇଙ୍ଗିତ କରୁଛି। ପ୍ରଥମତଃ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡ ଖରାପ ହୋଇଯାଇଛି ଓ ଦ୍ୱିତୀୟଟି ହେଉଛି ସେ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଛନ୍ତି ବୋଲି ଭୁପେଶ କହିଛନ୍ତି।
ସେ ଆହୁରି ବି କହିଛନ୍ତି କି ମୋଦୀ ଦିନକୁ ମାତ୍ର ୩ରୁ ୪ ଘଣ୍ଟା ଶୋଉଛନ୍ତି। ଉଚିତ ପରିମାଣରେ ନଶୋଇଲେ ତାହା ମାନସିକ ସ୍ଥିତିକୁ ପ୍ରଭାବିତ କରେ। ମୋଦୀଙ୍କ କ୍ଷେତ୍ରରେ ବି ସେପରି ଘଟିଛି।
Follow Us