ଏହି ପଡ଼ୋଶୀ ରାଷ୍ଟ୍ରରେ ଏବେ ଖାଦ୍ୟ ସଂକଟ; ଭାରତକୁ ମା‌ଗିଲା ସହାୟତା

Advertisment
ଏହି ପଡ଼ୋଶୀ ରାଷ୍ଟ୍ରରେ ଏବେ ଖାଦ୍ୟ ସଂକଟ; ଭାରତକୁ ମା‌ଗିଲା ସହାୟତା

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବଢୁଥିବା ଦର ଦାମ ପ୍ରଭାବରେ ଅନେକ ଦେଶରେ ଖାଦ୍ୟ ସଂକଟ ଉପଜିଛି। ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏହି ସମସ୍ୟା ଉପୁଜିଛି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଏବେ ଏହି ସମାନ ସମସ୍ୟା ଦେଇ ଗତି କରୁଛି ଅନ୍ୟ ଏକ ପଡ଼ୋଶୀ ରାଷ୍ଟ୍ର ଭୁଟାନ। ବିଶେଷ କରି ଭୁଟାନର ଗ୍ରାମୀଣ ଅଞ୍ଚଳର ଲୋକେ ଖାଇବା ଓ ପିଇବା ସାମଗ୍ରୀର ଅଭାବ ଅନୁଭବ କରୁଛନ୍ତି ବୋଲି ଖବର ହସ୍ତଗତ ହୋଇଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଭୁଟାନର ଲୋକସଂଖ୍ୟା ୮ ଲକ୍ଷରୁ ବି କମ୍‌। ଦେଶ‌ଟି ଛୋଟ ହୋଇଥିଲେ ବି ରୁଷ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଏହି ଦେଶ ଉପରେ ଖୁବ୍ ଜୋର୍‌ରେ ପଡ଼ିଛି। ପ୍ରାୟ ୩ ମାସରୁ ଅଧିକ ସମୟ ଧରି ଏହି ଯୁଦ୍ଧ ଚାଲି ରହିଥିବା ବେଳେ ତେଲ୍‌, ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ପାଲଟିଛି।

କରୋନା ମହାମାରୀ ସାରା ବିଶ୍ବକୁ ଗ୍ରାସ କରିଥିବା ବେଳେ ଭୁଟାନ ଏବେ ସେଥିରୁ ନିଜକୁ ମୁକ୍ତ କରିବବାରେ ସମର୍ଥ ହୋଇଥିଲେ ବି ଖାଦ୍ୟ ସଂକଟ ଏବେ ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଭୁଟାନ ହେଉଛି ସେହି ସବୁ ପଡ଼ୋଶୀ ଦେଶ ମଧ୍ୟରୁ ଏକ ଦେଶ, ଯିଏକି ଖାଦ୍ୟ ଓ ପାନୀୟ ଆଦି ସାମଗ୍ରୀ ପାଇଁ ଭାରତ ଉପରେ ନିର୍ଭରଶୀଳ। ଗତବର୍ଷ ଭୁଟାନ ଭାରତଠାରୁ ୩୦.୩୫ ମିଲିୟନ୍‌ ଶସ୍ୟ କିଣିଥିଲା। ଭୁଟାନ ବିଶେଷ କରି ଭାରତଠାରୁ ଚାଉଳ ଓ ଗହମ କିଣିଥାଏ। ଏହି ଖାଦ୍ୟ ସଂକଟ ସମୟରେ ଭୁଟାନ ପଡ଼ୋଶୀ ରାଷ୍ଟ୍ର ଭାରତଠାରୁ ଖାଦ୍ୟ ସହାୟତା ଲୋଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe