ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରିଷଦର ମୁଖ୍ୟ ବିବେକ ଦେବରାୟଙ୍କ ପରଲୋକ

ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟଙ୍କା ଆଜି ୬୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ଅନ୍ତନଳୀରେ ସମସ୍ୟା ଉପୁଜିବା ହେତୁ ସେ ଆସି ସକାଳେ ଦେହତ୍ୟାଗ କରିଛନ୍ତି।

bibek

ନୂଆଦିଲ୍ଲୀ: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟଙ୍କା ଆଜି ୬୯ ବର୍ଷ ବୟସରେ ଦେହାନ୍ତ ହୋଇଛି।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେବରୟ ପୁଣେରେ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଜିପିଇ)ର କୁଳପତି ଭାବରେ କାର୍ଯ୍ୟ କରିଥିଲେ।  ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ୟ୍ୟନ୍ତ ସେ ନୀତି ଆୟୋଗର ମଧ୍ୟ ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି ।

ତାଙ୍କ ଅନ୍ତନଳୀରେ ସମସ୍ୟା ଉପୁଜିବା ହେତୁ ସେ ଆସି ସକାଳେ ଦେହତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି। ଦେବରାୟଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ମୋଦୀ ଲେଖିଛନ୍ତି ଯେ, ‘‘ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି । ମୁଁ ତାଙ୍କ ଅନ୍ତଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।’’

ତେବେ ବିବେକ ଦେବରାୟଙ୍କର ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବଡ ଅବଦାନ ରହିଛି । ଖାସ୍ କରି ଆର୍ଥିକ ନୀତିକୁ ଆକାର ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe