ପଶ୍ଚିମବଙ୍ଗରେ ସର୍ବାଧିକ ‘ଶୂନଗାଡ଼ି’ ମାଲିକ

Advertisment
୫ ରାଜ୍ୟରେ ଅଚାନକ ସଂକ୍ରମଣ ବୃଦ୍ଧି: ବେଙ୍ଗାଲୁରୁରେ ମାସ୍କ ବାଧ୍ୟତାମୂଳକ, ମୁମ୍ବାଇରେ ପୁଣି ଅନଲାଇନ୍‌ କ୍ଲାସ୍‌

Image Courtesy: Financial Express

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୭୮.୯ ପ୍ରତିଶତ ପରିବାରରେ ‘ଶୂନଗାଡ଼ି’ (ସାଇକେଲ) ଅଛି; ଯାହା କି ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏ-୫) ଅନୁଯାୟୀ ସମଗ୍ର ଦେଶରେ ସର୍ବାଧିକ। ସାଇକେଲ କ୍ଷେତ୍ରରେ ଜାତୀୟ ହାରାହାରି ୫୦.୪ ପ୍ରତିଶତ ରହିଥିବା ବେଳେ ପଶ୍ଚିମବଙ୍ଗ ପଛକୁ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଏଠାରେ ୭୫.୬ ପ୍ରତିଶତ ପରିବାର ସାଇକେଲର ମାଲିକ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଓଡ଼ିଶାରେ ୭୨.୫ ପ୍ରତିଶତ ପରିବାରର ସାଇକେଲ ଥିବାବେଳେ ଛତିଶଗଡ଼ରେ ଏହି ସଂଖ୍ୟା ୭୦.୮ ପ୍ରତିଶତ ରହିଛି। ଏହା ପରେ ଆସାମ (୭୦.୩ ପ୍ରତିଶତ), ପଞ୍ଜାବ (୬୭.୮ ପ୍ରତିଶତ), ଝାଡ଼ଖଣ୍ଡ (୬୬.୩ ପ୍ରତିଶତ) ଏବଂ ବିହାର (୬୪.୮ ପ୍ରତିଶତ) ପରିବାରଙ୍କ ନିକଟରେ ସାଇକେଲ ରହିଛିି ବୋଲି ୨୦୧୯-୨୧ ସର୍ଭେ ରିପୋର୍ଟରେ କୁହାଯାଇଛି। ନାଗାଲାଣ୍ଡରେ ସାଇକେଲର ମାଲିକାନା ଥିବା ପରିବାରର ସଂଖ୍ୟା ସର୍ବନିମ୍ନ ୫.୫ ପ୍ରତିଶତ ଥିବାବେଳେ ସିକିମରେ ଏହା ୫.୯ ପ୍ରତିଶତ ରହିଛି।

ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜୁରାଟର ୨୯.୯ ପ୍ରତିଶତ ପରିବାରର ସାଇକେଲ ଅଛି ଏବଂ ଦିଲ୍ଲୀରେ ଏହା ୨୭.୨ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘ସବୁଜ ସାଥି’ ଯୋଜନା ହେତୁ ରାଜ୍ୟ ରାଜ୍ୟ ସାଇକେଲ ସଂଖ୍ୟାରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ଯୋଜନାର ଏକ ଅଂଶ ଭାବରେ ୯ ରୁ ୧୨ ଶ୍ରେଣୀର ଛାତ୍ରମାନଙ୍କୁ ସାଇକେଲ ଦିଆଯାଇଛି। ପଶ୍ଚିମବଙ୍ଗରେ ସାଇକେଲ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ହେବାର ଏହା ହେଉଛି ପ୍ରାଥମିକ କାରଣ। ଏହି ଯୋଜନା କେବଳ ଛାତ୍ରମାନଙ୍କୁ ନୁହେଁ ବରଂ ସେମାନଙ୍କ ପରିବାରକୁ ମଧ୍ୟ ସାହାଯ୍ୟ କରୁଛି ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଯେଉଁ ଅଞ୍ଚଳରେ ସାର୍ବଜନୀନ ପରିବହନରେ ବ୍ୟବଧାନ ରହିଛି ସେଠାରେ ଅନେକଙ୍କ ପାଇଁ ସାଇକେଲ ପରିବହନର ପସନ୍ଦର ମାଧ୍ୟମ ହୋଇ ରହିଛି।

କେବଳ ଗ୍ରାମାଞ୍ଚଳରେ ନୁହେଁ, କୋଲକାତା ନିକଟସ୍ଥ ନ୍ୟୁ-ଟାଉନ୍‌ ଭଳି ଅଞ୍ଚଳରେ ସାଇକେଲ୍‌ ମଧ୍ୟ ପସନ୍ଦ କରାଯାଏ। କାରଣ ଏହା ପରିବେଶ ଅନୁକୂଳ ଅଟେ। ସଲ୍‌ଟ ଲେକ୍‌ ଏବଂ ନ୍ୟୁ-ଟାଉନ୍‌ରେ ରାସ୍ତା ସହିତ ପୃଥକ ସାଇକେଲ୍‌ ଲେନ୍‌ ନିର୍ମାଣ କରାଯାଉଛି। ଅନ୍ୟ ସହରରେ ମଧ୍ୟ ଏହିପରି ରାସ୍ତା ନିର୍ମାଣ କରିବାର ଯୋଜନା ରହିଛି ବୋଲି ଅଧିକାରୀ କହିଛନ୍ତି। ମେ ୧୧ ପର୍ଯ୍ୟନ୍ତ ‘ସବୁଜ ସାଥି’ ଯୋଜନାରେ ପଶ୍ଚିମବଙ୍ଗରେ ୧,୦୩,୯୭,୪୪୪ ଜଣ ଛାତ୍ର ସାଇକେଲ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe