ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟଙ୍କୁ ଆମେରିକୀୟ ନାଗରିକତ୍ବ ଦେଇପାରେ ବାଇଡେନ୍‌ ପ୍ରଶାସନ

Advertisment
ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟଙ୍କୁ ଆମେରିକୀୟ ନାଗରିକତ୍ବ ଦେଇପାରେ ବାଇଡେନ୍‌ ପ୍ରଶାସନ

ନୂଆଦିଲ୍ଲୀ: ୫ ଲକ୍ଷ ଭାରତୀୟଙ୍କ ସମେତ ପ୍ରାୟ ୧୧ ନିୟୁତ ବେଆଇନ ପ୍ରବାସବାସୀଙ୍କୁ ଆମେରିକୀୟ ନାଗରିକତ୍ବ ଯୋଗାଇ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ କାର୍ଯ୍ୟ କରିବେ। ଏଥିସହ ବର୍ଷକୁ ଅନ୍ୟୂନ ୯୫ ହଜାର ଶରଣାର୍ଥୀ ସ୍ବୀକୃତି ଦେବାଲାଗି ମଧ୍ୟ ସେ ବନ୍ଦୋବସ୍ତ କରିବେ।

ବାଇଡେନ୍ ପ୍ରଚାର ଅଭିଯାନ ଜାରି କରିଥିବା ଯୋଜନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରବାସବାସୀମାନେ ଆଣିଥିବା ସାମର୍ଥ୍ୟ ଓ ସ୍ଥିତିସ୍ଥାପକତା କଥା ବୃହତ୍‌ ପ୍ରବାସବାସୀ ସମ୍ପ୍ରଦାୟ ଭାବେ ଭାରତୀୟ-ଆମେରିକୀୟମାନେ (କେତେକ କ୍ଷେତ୍ରରେ ଅନେକ ପିଢ଼ି ତଳୁ ଆମେରିକୀୟ ଉତ୍ପତ୍ତି ଥିବା) ପ୍ରତ୍ୟେକ୍ଷ ଭାବେ ଜାଣନ୍ତି।

publive-image Image Courtesy of Bloomberg Quint

ଆମ ବ୍ୟବସ୍ଥାର ଆଧୁନିକିକରଣ କରୁଥିବା ପ୍ରବାସବାସୀ ବିଧେୟକ ସଂସ୍କାର ଅନୁମୋଦନ ନିମନ୍ତେ ବାଇଡେନ୍‌ ତୁରନ୍ତ କଂଗ୍ରେସ ସହ କାର୍ଯ୍ୟ କରିବେ। ୫ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟଙ୍କ ସମେତ ପ୍ରାୟ ୧୧ ନିୟୁତ ବେଆଇନ ପ୍ରବାସବାସୀଙ୍କ ନାଗରିକତ୍ବ ପାଇଁ ବ୍ୟବସ୍ଥା କରି ସେମାନଙ୍କ ପରିବାରକୁ ଏକତ୍ର ରଖିବା ଉପରେ ପ୍ରଶାସନ ଗୁରୁତ୍ବ ଦେବ।

ପରିବାରଭିତ୍ତିକ ପ୍ରବାସୀଙ୍କୁ ବାଇଡେନ୍‌ ପ୍ରଶାସନ ସାହାଯ୍ୟ କରିବ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପ୍ରବାସବାସ ବ୍ୟବସ୍ଥାରେ ପରିବାର ଏକତ୍ରିକରଣକୁ ମୂଳ ନୀତି ଭାବେ ସଂରକ୍ଷଣ କରିବ ବୋଲି ଉକ୍ତ ଯୋଜନାରେ ଉଲ୍ଲେଖ ଅଛି। ଏହାଛଡ଼ା, ପ୍ରତିବର୍ଷ ଆମେରିକାରେ ଆଶ୍ରୟ ଦିଆଯାଉଥିବା ଶରଣାର୍ଥୀଙ୍କ ସଂଖ୍ୟା ମଧ୍ୟ ସେ ବୃଦ୍ଧି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe