ଗାଜା ଆକ୍ରମଣ ସତର୍କତାର ସହ କରିବାକୁ ବାଇଡେନଙ୍କ ପରାମର୍ଶ

Advertisment
ଗାଜା ଯୁଦ୍ଧ ଶେଷ ପାଇଁ ବାଇଡେନଙ୍କ ପ୍ରସ୍ତାବ: ପ୍ରଥମେ ୬ ସପ୍ତାହର ଅସ୍ତ୍ର ବିରତି, ତା’‌ପରେ ସ୍ଥାୟୀ ଶାନ୍ତି

Image Courtesy of Zee News

ୱାସିଂଟନ: ଗାଜାରେ ଇସ୍ରାଏଲ ଚଳାଇଥିବା ଭୟଙ୍କର ଯୁଦ୍ଧକୁ ଶୀଘ୍ର ବନ୍ଦ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଇସ୍ରାଏଲକୁ ଅନୁରୋଧ କରିଛି। ଯୁଦ୍ଧରେ ସାଧାରଣ ଲୋକଙ୍କର ଜୀବନ ପ୍ରତି ଅଧିକ ସତର୍କ ହେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। କିନ୍ତୁ ହମାସ ବିରୋଧରେ ଆକ୍ରମଣ ଜାରି ରଖିବାକୁ ମତ ଦେଇଛନ୍ତି। ସାରା ବିଶ୍ବ ପୂର୍ବରୁ ଇସ୍ରାଏଲର ଏହି ଯୁଦ୍ଧକୁ ସମାଲୋଚନା କରି ଆସୁଥିବାବେଳେ ଆମେରିକାର ଏହି ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଇସ୍ରାଏଲ ଆକ୍ରମଣରେ ଗତକାଲି ୧୨ ଜଣ ‌ପାଲିଷ୍ଟେନୀୟଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଆକ୍ରମଣ ଅନେକ ଡଜନ ଆତଙ୍କବାଦୀଙ୍କୁ ଧରିବାରେ ସହାୟକ ହୋଇଛି ବୋଲି ଇସ୍ରାଏଲ କହିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୮୪୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଅକ୍ଟୋବର ୭ରେ ହମାସର ଆକ୍ରମଣ ସମୟରେ ପ୍ରାୟ ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ ରଖାଯାଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ସ୍ଥଳଭାଗରେ କାର୍ଯ୍ୟାନୁ‌ଷ୍ଠାନ ସମୟରେ ଇସ୍ରାଏଲର ୧୧୩ ଜଣ ସୈନିକ ସହିଦ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe