Image Courtesy of NDTV
ସିଡ୍ନି: ଗୁରୁତ୍ବପୂର୍ଣ୍ଣ ତଥା ନୂତନ ସାମରିକ ମେଣ୍ଟରେ ଯୋଗ ଦେଇଥିବାରୁ ଆଜି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବେଳେ ଅଷ୍ଟ୍ରେଲୀୟମାନେ ଲଜ୍ଜାବୋଧ କରିଛନ୍ତି।
ସମ୍ଭବତଃ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ନାଁ ମନେ ନ ପଡ଼ିବାରୁ ବାଇଡେନ୍ ତାଙ୍କୁ ‘ଦ୍ୟାଟ୍ ଫେଲୋ ଡାଉନ୍ ଅଣ୍ଡର୍’ ଅର୍ଥାତ୍ ‘ଅଷ୍ଟ୍ରେଲୀୟ ବନ୍ଧୁ’ ଭାବେ ସମ୍ବୋଧନ କରିଥିଲେ। (ଅଷ୍ଟ୍ରେଲିଆ ଏବଂ ନିଉଜିଲାଣ୍ଡ୍ ଭଳି କେତେକ ଦେଶକୁ ଇଂରାଜୀ ଭାଷାରେ ‘ଡାଉନ୍ ଅଣ୍ଡର୍’ କୁହାଯାଏ।)
Image Courtesy of Politico euଟେଲିଭିଜନ୍ରେ ପ୍ରସାରିତ ଏହି ହ୍ବାଇଟ୍ ହାଉସ୍ ଘୋଷଣା ସମୟର ବୃହଦ୍କାୟ ‘ଭିଡିଓ ଡିସ୍ପ୍ଲେ’ରେ ବାଇଡେନ୍ଙ୍କ ଦୁଇ ପାର୍ଶ୍ବରେ ଥିଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍। ଉଭୟ ଭର୍ଚ୍ୟୁଆଲ୍ ଭାବେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।
ଅଷ୍ଟ୍ରେଲିଆକୁ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ଦେବା ପାଇଁ ରାଜିନାମା ସ୍ବାକ୍ଷର ହୋଇଥିବା କଥା କହିସାରି ବାଇଡେନ୍ କହିଲେ, ବୋରିସ୍, ଆପଣଙ୍କୁ ଧନ୍ୟବାଦ ଏବଂ … ଏବଂ ମୁଁ ‘ସେ ଅଷ୍ଟ୍ରେଲୀୟ ବନ୍ଧୁ’ଙ୍କୁ ବି ଧନ୍ୟବାଦ ଦେବାକୁ ଚାହେଁ। ବନ୍ଧୁ, ଆପଣଙ୍କୁ ଅନେକ ଧନ୍ୟବାଦ। ପ୍ରଧାନମନ୍ତ୍ରୀ, ମୁଁ କୃତଜ୍ଞ।
ଏହାପରେ ବାଇଡେନ୍ଙ୍କର ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ନାଁ ମନେପଡ଼ିଲା ଏବଂ ସେ ଔପଚାରିକ ଭାବେ ତାଙ୍କ ନାଁ ଉଚ୍ଚାରଣ କରିଥିଲେ। କିନ୍ତୁ, ଏହା ପୂର୍ବରୁ ବାଇଡେନ୍ଙ୍କ ଏତାଦୃଶ ତ୍ରୁଟିକୁ ମୃଦୁ ହସି ମୋରିସନ୍ ସ୍ବୀକୃତି ଦେଇଥିଲେ।
Follow Us