ବିଶ୍ବରେ ଗ୍ୟାସ୍‌ ଓ ଖାଦ୍ୟ ଦର ବୃଦ୍ଧି ପାଇଁ ପୁଟିନଙ୍କ ୟୁକ୍ରେନ୍‌ ଆକ୍ରମଣକୁ ଦାୟୀ କଲେ ବାଇଡେନ୍‌

Advertisment
ବିଶ୍ବରେ ଗ୍ୟାସ୍‌ ଓ ଖାଦ୍ୟ ଦର ବୃଦ୍ଧି ପାଇଁ ପୁଟିନଙ୍କ ୟୁକ୍ରେନ୍‌ ଆକ୍ରମଣକୁ ଦାୟୀ କଲେ ବାଇଡେନ୍‌

Image Courtesy of New York Post

ୱାସିଂଟନ୍‌: ବିଶ୍ବବ୍ୟାପୀ ଗ୍ୟାସ୍‌ ଓ ଖାଦ୍ୟ ଦାମ୍‌ ଦ୍ରୁତ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ୟୁକ୍ରେନ୍‌ ଆକ୍ରମଣକୁ ଦାୟୀ କରିଛନ୍ତି।

ଟୁଇଟ୍‌ କରି ଆଜି ସେ ଲେଖିଛନ୍ତି, ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣ ସମଗ୍ର ବିଶ୍ବ‌ରେ ଗ୍ୟାସ୍‌ ଓ ଖାଦ୍ୟ ଦାମ୍‌ ବୃଦ୍ଧି କରାଇଛି। ଏଭଳି ସଙ୍କଟ ଟାଳିବାରେ ସହାୟକ ହେବାକୁ ଗତକାଲି ମୁଁ ଆମ ‘ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ୍‌ ରିଜର୍ଭ’ରୁ ଆଗାମୀ ୬ ମାସ ନିମ‌େନ୍ତେ ଦୈନିକ ୧ ନିୟୁତ ବ୍ୟାରେଲ୍‌ ରିଲିଜ୍‌ କରିବା ଲାଗି ଅନୁମତି ଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଜାଣେନା ଏଭଳି ପଦକ୍ଷେପ ଗ୍ରହଣ କରିବା ଫଳରେ ଗ୍ୟାସୋଲିନ୍‌ ମୂଲ୍ୟ କେତେ ହ୍ରାସ ପାଇବ। ମନେହୁଏ, ଗ୍ୟାଲୋନ୍‌ପିଛା ୧୦ ସେଣ୍ଟ୍‌ରୁ ୩୫ ସେଣ୍ଟ୍‌ ମଧ୍ୟରେ କମିପାରେ।

publive-image Image Courtesy of New York Post

ତାଙ୍କ କଥାରୁ ଉଦ୍ଧାର କରି ହ୍ବାଇଟ୍‌ ହାଉସ୍‌ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ମୂଳ କଥା ହେଲା, ଯଦି ଆମେ ଗ୍ୟାସ୍‌ ମୂଲ୍ୟ କମାଇବାକୁ ଚାହିଁବା ଠିକ୍‌ ଏତିକି ବେଳେ ଆମକୁ ଅଧିକ ତୈଳ ଆମଦାନି କରିବାକୁ ପଡ଼ିବ। ଏବେ ବିଶ୍ବବାସୀଙ୍କ ପାଇଁ ପରିଣାମ ଭୋଗ ଏବଂ ବିପଦର ବେଳା ଆସିଥିବା ବେଳେ ପେଟ୍ରୋଲ୍‌ ପମ୍ପ୍‌ରେ ଆମେରିକୀୟ ପରିବାର କଷ୍ଟ ପାଉଛନ୍ତି।

ଗୁରୁବାର ଦିନ ମଧ୍ୟ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ର ନୂତନ ମୁଖ୍ୟ ଅର୍ଥନୀତିଜ୍ଞ ପାଇର୍‌-ଅଲିଭର୍‌ ଗୋର୍ଣ୍ଣିକାସ୍‌ କହିଥିଲେ ଯେ, ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ବିଶ୍ବ ଅର୍ଥନୀତିକୁ ଏଭଳି ଶକ୍ତ ଧକ୍କା ଦେଇଛି ଯାହା ଯୋଜନା ପ୍ରଣେତାଙ୍କ ପାଇଁ ଚାଲେଞ୍ଜ୍‌ ପାଲଟିବ। କାରଣ ଅଭିବୃଦ୍ଧିକୁ ଚପାଇ ନ ରଖି ସେମାନଙ୍କୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ପଡ଼ିବ।

ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଟ୍ରେଜେରିର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ପାଶ୍ଚାତ୍ୟ ରାଷ୍ଟ୍ର ଜାରି କରିଥିବା କଟକଣା ଯୋଗୁଁ ରୁଷ୍‌ରେ ସାମୟିକ ଆର୍ଥିକ ଅବନତି ଆରମ୍ଭ ହୋଇ ଅର୍ଥନୈତିକ କାର୍ଯ୍ୟକଳାପ ନିଜ ଦେଶ ମଧ୍ୟରେ ସୀମିତ ହୋଇଗଲାଣି।

ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ରେ ମସ୍କୋ ଅଚାନକ ଆକ୍ରମଣ ଘୋଷଣା କରିବା ପରେ ୟୁକ୍ରେନ୍‌ ଯୁଦ୍ଧ ୩୮ ଦିନରେ ପ୍ରବେଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe