ୟୁକ୍ରେନ୍‌ ଯୁଦ୍ଧକୁ ‘ନରସଂହାର’ କହିଲେ ବାଇଡେନ୍‌

Advertisment

ସତର୍କ କଲା ଫ୍ରାନ୍ସ: ଅନାବଶ୍ୟକ ଟିପ୍ପଣୀ ଯୁଦ୍ଧ ଉତ୍ତେଜନା ବଢ଼ାଇବ

ସତର୍କ କଲା ଫ୍ରାନ୍ସ: ଅନାବଶ୍ୟକ ଟିପ୍ପଣୀ ଯୁଦ୍ଧ ଉତ୍ତେଜନା ବଢ଼ାଇବ

ୟୁକ୍ରେନ୍‌ ଯୁଦ୍ଧକୁ ‘ନରସଂହାର’ କହିଲେ ବାଇଡେନ୍‌

AGE:AP/PTI

ୱା‌ସିଂଟନ୍‌: ୟୁକ୍ରେନ୍‌ରେ ରୁଷ୍‌ ନରସଂହାର କରିଚାଲିଛି ଏବଂ ଜଣେ ଏକଛତ୍ରବାଦୀ ନେତାଙ୍କ ନିଷ୍ପତ୍ତି ପାଇଁ ଏଭଳି ପରିସ୍ଥିତି ଆସିଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ୍‌ ନାଗରିକଙ୍କ ଅସ୍ତିତ୍ବକୁ ବି ପୋଛିଦେବାକୁ ଚେଷ୍ଟା କରିଛନ୍ତି ବୋଲି ବାଇଡେନ୍‌ କହିଛନ୍ତି। ବାଇଡେନ୍‌ଙ୍କ ଏହି ଟିପ୍ପଣୀକୁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ପ୍ରଶଂସା କରିଥିବା ବେଳେ ଏଭଳି ବୟାନ ଯୁଦ୍ଧ ଉତ୍ତେଜନାକୁ ଆହୁରି ବଢ଼ାଇବ ଏବଂ ଏହା ଅନବଶ୍ୟକ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ କହିଛନ୍ତି। ବାଇଡେନ୍‌ ନିଜ ଟିପ୍ପଣୀକୁ ନେଇ ସତର୍କ ରହିବା ଉଚିତ ବୋଲି ମାକ୍ରନ୍‌ କହିଛନ୍ତି। ଏଭଳି ତିକ୍ତ କଥାବାର୍ତ୍ତା ଯୁଦ୍ଧ ଶେଷ କରିବା ବଦଳରେ ଉତ୍ତେଜନାକୁ ବଢ଼ାଇବ ଚାଲିବ ବୋଲି ସେ କହିଛନ୍ତି। ରୁଷ୍‌ ମଧ୍ୟ ବାଇଡେନ୍‌ଙ୍କ ବୟାନକୁ ସଂପୂର୍ଣ୍ଣ ଅଗ୍ରହଣୀୟ ବୋଲି କହିଛି। ରୁଷ୍‌ ନିଜର ସୁରକ୍ଷା ଓ ଡୋନ୍‌ବାସ ଅଂଚଳବାସୀଙ୍କ ସ୍ବାଧୀନତା ପାଇଁ ମହତ ଲକ୍ଷ୍ୟରେ ସାମରିକ ଅଭିଯାନ ଚଳାଇଛି ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର କହିଛନ୍ତି।

ରୁଷ୍‌ର ବିରୋଧ: ବାଇଡେନ୍‌ଙ୍କ ବୟାନ କଦାପି ଗ୍ରହଣୀୟ ନୁହେଁ

ଅନ୍ୟପକ୍ଷେ ରୁଷ୍‌ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜେଲେନ୍‌ସ୍କି ୟୁରୋପକୁ ଅନୁରୋଧ କରିଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣ କରିବା ପୂର୍ବରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌। ଆମେ ରୁଷ୍‌କୁ ଅଟକାଇ ପାରିବା ନଚେତ୍‌ ସମଗ୍ର ପୂର୍ବ ୟୁରୋପ୍‌ ହାରିଯିବ ବୋଲି ଜେଲେନ୍‌ସ୍କି କହିଛନ୍ତି। ଯଦି ୟୁରୋପ ସମୟ ନଷ୍ଟ କରିବ ତେବେ ରୁଷ୍‌ ଏହାର ଯୁଦ୍ଧ ପରିସର ଅନ୍ୟ ରାଷ୍ଟ୍ରକୁ ବଢ଼ାଇବ ବୋଲି ଜେଲେନ୍‌ସ୍କି କହିଛନ୍ତି। ଇତି ମଧ୍ୟରେ ଆଜି ପୋଲାଣ୍ଡ ଏବଂ ବାଲ୍‌ଟିକ ରାଷ୍ଟ୍ରମାନଙ୍କର ରାଷ୍ଟ୍ରପତିମାନେ କିବ୍‌ ଗସ୍ତରେ ଅଛନ୍ତି। ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ ଡୁଡ଼ା ଏବଂ ଲିଥୁଆନିଆ, ଲାଟିଭିଆ ଏବଂ ଏସ୍ତୋନିଆ ରାଷ୍ଟ୍ରପତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ସାକ୍ଷାତ କରିଛନ୍ତି। ଯୁଦ୍ଧକୁ ଆଜି ୪୯ ଦିନ ପୂରିଛି। ରୁଷ୍‌ ୧୯,୬୦୦ ସୈନିକ ନିହତ ହୋଇଥିବା ୟୁକ୍ରେନ୍‌ ଦାବି କରିଥିବା ବେଳେ ଏହାର ଗୋଟିଏ ପରେ ଗୋଟିଏ ସହର ସଂପୂର୍ଣ୍ଣ ଧ୍ବଂସ ହୋଇଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe