ୟୁକ୍ରେନ୍‌ ଆକ୍ରମଣ ‘ଗଣହତ୍ୟା’ ସହ ସମାନ; ପୁଟିନ୍‌ ୟୁକ୍ରେନ୍‌କୁ ନିଶ୍ଚିହ୍ନ କରିବାକୁ ଚେଷ୍ଟା କରୁଛନ୍ତି: ବାଇଡେନ୍‌

Advertisment
ୟୁକ୍ରେନ୍‌ ଆକ୍ରମଣ ‘ଗଣହତ୍ୟା’ ସହ ସମାନ; ପୁଟିନ୍‌ ୟୁକ୍ରେନ୍‌କୁ ନିଶ୍ଚିହ୍ନ କରିବାକୁ ଚେଷ୍ଟା କରୁଛନ୍ତି: ବାଇଡେନ୍‌

ଡି ମୋଇନ୍‌: ୟୁକ୍ରେନ୍‌ରେ ରୁଷ୍‌ର ଯୁଦ୍ଧ ‘ଗଣହତ୍ୟା’ ସହ ସମାନ ବୋଲି ମଙ୍ଗବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିବା ସହ ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌କୁ ନିଶ୍ଚିହ୍ନ କରିବା ଲାଗି ଉଦ୍ୟମ ଚଳାଇଛନ୍ତି।

ୱାସିଂଟନ ଫେରିବା ପାଇଁ ‘ଏୟାର୍‌ଫୋର୍ସ ୱାନ୍‌’ ଆରୋହଣ କରିବା କ୍ଷଣିକ ଆଗରୁ ଆଇଓୱା ସହରରେ ସାମ୍ବାଦିକମାନଙ୍କୁ ବାଇଡେନ୍‌ କହିଲେ, ପୂର୍ବରୁ ମଧ୍ୟ ମୁଁ କହିଥିଲି ଯେ, ପୁଟିନ୍‌ ୟୁକ୍ରେନ୍‌ରେ ନରସଂହାର ଚଳାଇଛନ୍ତି।

ସେ କହିଛନ୍ତି, ହଁ, ମୁଁ ଏହାକୁ ‘ଗଣହତ୍ୟା’ ହିଁ କହିବି। ଜଣେ ୟୁକ୍ରେନୀୟ ହେବା ଚିନ୍ତାଧାରାକୁ ବିଲୋପ କରିବା ପାଇଁ ପୁଟିନ୍‌ ଉଦ୍ୟମ କରୁଛନ୍ତି ବୋଲି ସ୍ପଷ୍ଟ ହୋଇ ଆସିଲାଣି।

publive-image Image Courtesy of The Independent

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୁଷ୍‌ର ଏତାଦୃଶ ଆଚରଣ (ୟୁକ୍ରେନ୍‌ରେ ନରହତ୍ୟା) ଆନ୍ତର୍ଜାତିକ ସ୍ତରୀୟ ‘ଗଣହତ୍ୟା’ ସହ ମେଳ ଖାଉଛି କି, ନାହିଁ ସେକଥା ଓକିଲମାନେ ସ୍ଥିର କରିବେ। ମୋର କିନ୍ତୁ, ମନେହେଉଛି ଏହା ନିଶ୍ଚୟ ‘ଗଣହତ୍ୟା’।

publive-image Image Courtesy of KATV

ରୁଷୀୟମାନେ ୟୁକ୍ରେନ୍‌ରେ ଯାହା ଭୟାବହ କାଣ୍ଡ କରିଛନ୍ତି ତା’ର ବାସ୍ତବ ପ୍ରମାଣ ବାହାରୁଛି। ମାତ୍ର ଆମେ କେବଳ ଅଧିକରୁ ଅଧିକ ଧ୍ବଂସଲୀଳା ବିଷୟରେ ଜାଣୁଛୁ। ଏହାର ‘ଗଣହତ୍ୟା’କି ନୁହେଁ, ଆନ୍ତର୍ଜାତିକସ୍ତରରେ ଓକିଲମାନେ ସ୍ଥିର କରନ୍ତୁ ବୋଲି ସେ କହିଛନ୍ତି।

ପୂର୍ବରୁ ବାଇଡେନ୍‌ କହିଥିଲେ ଯେ, ରୁଷ୍‌ର କାର୍ଯ୍ୟକଳାପ ‘ଗଣହତ୍ୟା’ ସଙ୍ଗେ ସମାନ ହୋଇପାରେ ବୋଲି ତାଙ୍କର ବିଶ୍ବାସ ହେଉ ନ ଥିଲା। ସେ ଏହାକୁ ‘ଯୁଦ୍ଧ ଅପରାଧ’ ବୋଲି ବିଚାର କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe