୩୭ ଅପରାଧୀଙ୍କ ‘ମୃତ୍ୟୁଦଣ୍ଡ’ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କଲେ ବାଇଡେନ୍‌

Advertisment

୩୭ ଅପରାଧୀଙ୍କୁ ମିଳିଥିବା ‘ମୃତ୍ୟୁଦଣ୍ଡ’କୁ ରାଷ୍ଟ୍ରପତି ବାଇଡେନ୍‌ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଛନ୍ତି। ଉକ୍ତ ଅପରାଧୀମାନେ ବିନା ‘ପାରୋଲ୍‌’ରେ ଏହି ଦଣ୍ଡ ଭୋଗିବେ।

୩୭ ଅପରାଧୀଙ୍କୁ ମିଳିଥିବା ‘ମୃତ୍ୟୁଦଣ୍ଡ’କୁ ରାଷ୍ଟ୍ରପତି ବାଇଡେନ୍‌ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଛନ୍ତି। ଉକ୍ତ ଅପରାଧୀମାନେ ବିନା ‘ପାରୋଲ୍‌’ରେ ଏହି ଦଣ୍ଡ ଭୋଗିବେ।

ଗାଜା ଯୁଦ୍ଧ ଶେଷ ପାଇଁ ବାଇଡେନଙ୍କ ପ୍ରସ୍ତାବ: ପ୍ରଥମେ ୬ ସପ୍ତାହର ଅସ୍ତ୍ର ବିରତି, ତା’‌ପରେ ସ୍ଥାୟୀ ଶାନ୍ତି

ୱାସିଂଟନ୍‌: ୩୭ ଅପରାଧୀଙ୍କୁ ମିଳିଥିବା ‘ମୃତ୍ୟୁଦଣ୍ଡ’କୁ ରାଷ୍ଟ୍ରପତି ବାଇଡେନ୍‌ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଛନ୍ତି। ଉକ୍ତ ଅପରାଧୀମାନେ ବିନା ‘ପାରୋଲ୍‌’ରେ ଏହି ଦଣ୍ଡ ଭୋଗିବେ। ସୋମବାର, ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ, ଆଜି ରାଷ୍ଟ୍ରପତି ବାଇଡେନ୍‌ ୩୭ ବ୍ୟକ୍ତିବିଶେଷଙ୍କ ଫେଡରାଲ୍‌ ମୃତ୍ୟୁଦଣ୍ଡକୁ କୋହଳ କରିଥିବା ଘୋଷଣା କରିଛନ୍ତି। ଏହି ବ୍ୟକ୍ତିମା‌ନେ ସେମାନଙ୍କ ଦଣ୍ଡ ବିନା ପାରୋଲ୍‌ରେ ଭୋଗ କରିବେ। ବିବୃତିରେ ବାଇଡେନ୍‌ କହିଛନ୍ତି, ସେ ତାଙ୍କର ସମସ୍ତ ବୃତ୍ତିଗତ ଜୀବନ ଅପରାଧ କମାଇବା ଓ ସ୍ବଚ୍ଛ, ପ୍ରଭାବଶାଳୀ ନ୍ୟାୟିକ ବ୍ୟବସ୍ଥା ନିଶ୍ଚିତ କରିବାରେ ବିତାଇଛନ୍ତି।

ଆଜି ୪୦ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ କୋହଳ କରାଯାଇଛି। ଆତଙ୍କବାଦୀ ଓ ଘୃଣାଜନିତ ଗଣହତ୍ୟା ଭଳି ଅପରାଧ ବ୍ୟତୀତ ଅନ୍ୟ ଅପରାଧରେ ଏହି ‘କୋହଳ’ ନୀତି ଅବଲମ୍ବନ କରାଯାଇଛି। ହତ୍ୟାକାରୀଙ୍କ ପ୍ରତି ଏଭଳି କୋହଳ ମନୋଭାବର ସ୍ପଷ୍ଟୀକରଣ ଦେଇ ବାଇଡେନ୍‌ କହିଛନ୍ତି, ଏହି କୋହଳ ନୀତିକୁ ନେଇ ଭୁଲ ବୁଝନ୍ତୁନାହିଁ। ସେ ହତ୍ୟାକାରୀଙ୍କୁ ଧିକ୍କାର କରନ୍ତି। ସେମାନଙ୍କ ଘୃଣିତ କାର୍ଯ୍ୟରେ ଶିକାର ପୀଡ଼ିତଙ୍କ ପ୍ରତି ଦୁଃଖପ୍ରକାଶ କରୁଛନ୍ତି। କିନ୍ତୁ ନିଜର ଅନ୍ତରାତ୍ମାର ପ୍ରେରଣା ଓ ଜଣେ ମାନବାଧିକାର କର୍ମୀ ଭାବେ ସେ ସରକାରୀ ସ୍ତରରେ ‘ମୃତ୍ୟୁଦଣ୍ଡ’ ବନ୍ଦ ହେବା ଚାହାନ୍ତି। ସେ ନିରବଦ୍ରଷ୍ଟା ସାଜିବେ ନାହିଁ ଓ ମୃତ୍ୟୁଦଣ୍ଡର ପ୍ରସାରକୁ ପ୍ରଶ୍ରୟ ଦେବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe