ବାଇଡେନ୍‌ଙ୍କ ଫୋକସ୍‌ରେ ଜନସ୍ବାସ୍ଥ୍ୟ ଏବଂ ଅର୍ଥନୀତି

ବାଇଡେନ ଜଣେ ଦୁର୍ବଳ ରାଷ୍ଟ୍ରପତି, ଚୀନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିପାରନ୍ତି : ଚୀନ ବିଶେଷଜ୍ଞ

News18.com

ୱାସିଂଟନ୍‌: ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚିତ ହେବା ସହିତ କାମ ଆରମ୍ଭ କରିଦେଇଛନ୍ତି। ଗଣତି ପ୍ରକ୍ରିୟା ଏବେ ବି ଶେଷ ହୋଇନଥିଲେ ମଧ୍ୟ ଆମେରିକାର ୪୬ ତମ ରାଷ୍ଟ୍ରପତି ଘୋଷିତ ହେବା ପର୍ଯ୍ୟନ୍ତ ବାଇଡେନ୍‌ କିମ୍ବା ତାଙ୍କ ଟିମ୍‌ ଅପେକ୍ଷା କରିନାହାନ୍ତି। ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ ଏବେଠୁ କାମ ଆରମ୍ଭ କରିଦେଲେଣି। ଉଭୟ ଜନସ୍ବା‌ସ୍ଥ୍ୟ ଏବଂ ଅର୍ଥନୀତି ଉପରେ ଫୋକସ୍‌ କରି କାମ ଆରମ୍ଭ କରିଛନ୍ତି। ବାଇଡେନ୍‌ ଗତକାଲି ବିଳମ୍ବିତ ରାତିରେ ୱିଲମିଙ୍ଗଟନ୍‌ କ୍ୟାମ୍ପେନ୍‌ ହେଡ୍‌କ୍ବାର୍ଟରରେ ଉଦ୍‌ବୋଧନ ଦେଇ କହିଥିଲେ, ଆମେ ଚୂଡ଼ାନ୍ତ ଫଳାଫଳ ପାଇଁ ଅପେକ୍ଷା କରିଛୁ। କିନ୍ତୁ ଆମେ କାମ ଆରମ୍ଭ କରିବା ପାଇଁ ଅପେକ୍ଷା କରିପାରିବୁନି। ଦେଶବାସୀଙ୍କୁ ଉଦ୍‌‌ବୋଧନ ଦେଇ ବାଇଡେନ୍‌ କହିଛନ୍ତି, ମୁଁ ସମସ୍ତଙ୍କୁ ଏହା ଜଣାଇ ଦେବାକୁ ଚାହୁଛି ଯେ, ପ୍ରଥମ ଦିନରୁ ହିଁ ଆମେ ଭାଇରସ୍‌ ନିୟନ୍ତ୍ରଣ ଦିଗରେ କାମ କରିବାପାଇଁ ଯୋଜନା କରିଛୁ। ଯେଉଁ ଜୀବନ ନ‌ଷ୍ଟ ହୋଇଯାଇଛି ତାକୁ ଆଉ ଫେରାଇ ଆଣି ହେବନାହିଁ କିନ୍ତୁ ଆଗାମୀ ଦିନରେ ଆହୁରି ଅନେକ ଜୀବନ ରକ୍ଷା କରିହେବ ବୋଲି ସେ କହିଛନ୍ତି।

ବାଇଡେନ୍‌ ଟିମ୍‌ ଅର୍ଥନୀତି ଏବଂ ସ୍ବା‌ସ୍ଥ୍ୟ କ୍ଷେତ୍ରରେ କାମ ଆରମ୍ଭ କରିଦେଇଛନ୍ତି। ଗତକାଲି ଏନେଇ ବାଇଡେନ୍‌ ଏବଂ ହାରିସ୍‌ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ବୈଠକ କରିଛନ୍ତି। ବାଇଡେନ୍‌ କହିଛନ୍ତି, ମହାମାରୀକୁ ନିୟନ୍ତ୍ରଣ କରିବାକୁ ବିଫଳ ହେବାରୁ ଆରୋଗ୍ୟ ସଂଖ୍ୟା କିଭଳି କମ୍‌ ରହିଛି ତାହା ଆମେ ଜାଣିବାକୁ ପାଇଛୁ। ୨୦ ନିୟୁତରୁ ଅଧିକ ଲୋକ ଏବେ ବେକାର। ସେମାନେ ଘର ଭଡ଼ା ଦେବାପାଇଁ ଏବଂ ଖାଦ୍ୟ ପାଇଁ ଚିନ୍ତାରେ ଅଛନ୍ତି। ଏ ଦିଗରେ ସଂସ୍କାର ଆଣିବାପାଇଁ ଆମେ ଫୋକସ୍‌ କରୁଛୁ ବୋଲି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe