ସାମ୍ବାଦିକ ସମ୍ମିଳନୀରେ ବାଇଡେନ୍‌ ଭୁଲିଗଲେ ‘ସେ କେଉଁଠି ଅଛନ୍ତି’

Advertisment

ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଞ୍ଚରେ ପରିଚୟ ଦେବାକୁ  ବାଇଡେନ ଭୁଲି  ଯାଇଥିଲେ ଏବଂ ସେ କେଉଁଠି ଅଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ତାହା ମଧ୍ୟ ସ୍ମରଣ କରିପାରିନଥିଲେ।

ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଞ୍ଚରେ ପରିଚୟ ଦେବାକୁ  ବାଇଡେନ ଭୁଲି  ଯାଇଥିଲେ ଏବଂ ସେ କେଉଁଠି ଅଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ତାହା ମଧ୍ୟ ସ୍ମରଣ କରିପାରିନଥିଲେ।

gdjdggjgjgdjjd

ୱିଲ୍‌ମିଙ୍ଗ୍‌ଟନ: ସାମ୍ବାଦିଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରବିବାର ୱିଲ୍‌ମିଙ୍ଗ୍‌ଟନରେ ଅନୁ‌ଷ୍ଠିତ କ୍ବାଡ୍‌ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ବିଭ୍ରାଟର ଶିକାର ହୋଇଥିଲେ। କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଞ୍ଚରେ ପରିଚୟ ଦେବାକୁ  ବାଇଡେନ ଭୁଲି  ଯାଇଥିଲେ ଏବଂ ସେ କେଉଁଠି ଅଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ତାହା ମଧ୍ୟ ସ୍ମରଣ କରିପାରିନଥିଲେ। ତେବେ କାର୍ଯ୍ୟକ୍ରମ ସଂଚାଳକ ତୁରନ୍ତ ବାଇଡେନ୍‌ଙ୍କ ସ୍ଥିତି ଆକଳନ କରି ପରିସ୍ଥିତି ସମ୍ଭାଳି ନେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଅଭିଭାଷଣ ଦେବା ପାଇଁ  ଆମନ୍ତ୍ରଣ କରିଥିଲେ।

 ସାର୍ବଜନୀନ କାର୍ଯ୍ୟକ୍ରମରେ ବାଇଡେନଙ୍କ ସ୍ମୃତି ବିଭ୍ରାଟ ଏବେ ଘୋର ଅଡ଼ୁଆ ସୃଷ୍ଟି କରୁଛି। ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ବିତର୍କ ପରେ ତାଙ୍କ ସ୍ୱାସ୍ଥ୍ୟ ଏବଂ ସାମର୍ଥ୍ୟକୁ ନେଇ ଚିନ୍ତା ବଢିଯାଇଥିଲା  ଏବଂ ଶେଷରେ ସେ ନିର୍ବାଚନୀ ଦୌଡ଼ରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଏହା ପୂର୍ବରୁ ଜୁଲାଇ ମାସରେ ରାଷ୍ଟ୍ରପତି ଭୁଲବଶତଃ ୟୁକ୍ରେନର ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କିଙ୍କୁ ରୁଷ୍‌ ରାଷ୍ଟ୍ରପତି ପୁଟିନ ବୋଲି କହି ସମ୍ବୋଧନ କରିଥିଲେ। ତେବେ ଜେଲେନସ୍କି ତୁରନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ‘ମୁଁ ପୁଟିନଙ୍କ ଠାରୁ ବହୁତ ଭଲ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe