ଅସଂଖ୍ୟ ଆମେରିକୀୟଙ୍କ ନିମନ୍ତେ ୧୦, ୦୦୦ ଡଲାର୍‌ ଛାତ୍ର ଋଣ ମାଫ୍‌ କଲେ ବାଇଡେନ୍‌

Advertisment
ଅସଂଖ୍ୟ ଆମେରିକୀୟଙ୍କ ନିମନ୍ତେ ୧୦, ୦୦୦ ଡଲାର୍‌ ଛାତ୍ର ଋଣ ମାଫ୍‌ କଲେ ବାଇଡେନ୍‌

ୱାସିଂଟନ୍‌: ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ, ଆମେରିକା ସରକାର ବହୁସଂଖ୍ୟକ ପୂର୍ବତନ କଲେଜ ଛାତ୍ର କରିଥିବା ୧୦,୦୦୦ ଡଲାର୍‌ ଋଣ ମାଫ୍‌ କରିଦେବେ।

ଉପରୋକ୍ତ ପଦ‌କ୍ଷେପ ନଭେମ୍ବର ମାସରେ ହେବାକୁ ଥିବା କଂଗ୍ରେସୀୟ ନିର୍ବାଚନରେ ତାଙ୍କର ଗଣତାନ୍ତ୍ରିକ ସହଯୋଗୀ ସଦସ୍ୟମାନଙ୍କ ପ୍ରତି ସମର୍ଥନ ବୃଦ୍ଧି କରିବାରେ ସହାୟକ ହେବ। କିନ୍ତୁ, ଏହା ମୁଦ୍ରାସ୍ଫୀତି ସୃଷ୍ଟିର କାରଣ ହେବ ବୋଲି  କେତେକ ଅର୍ଥନୀତିଜ୍ଞ କହୁଥିବା ବ‌େଳେ ଋଣ ଛାଡ଼ କରିବା ଲାଗି ରାଷ୍ଟ୍ରପତିଙ୍କର ଆଇନସମ୍ମତ କର୍ତ୍ତୃତ୍ବ ଉପରେ ଯୁକ୍ତରାଷ୍ଟ୍ର କଂଗ୍ରେସର କେତେକ ରିପବ୍ଲିକାନ୍‌ ସନ୍ଦେହ ପ୍ରକାଶ କରିଛନ୍ତି।

ଋଣ ଛାଡ଼ ଘୋଷଣା ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ‘ସିନେଟ୍‌ ମାଇନରିଟି ଲିଡର୍‌’ ମିଚ୍‌ ମ୍ୟାକ୍‌କର୍ଣ୍ଣେଲ୍‌ ବୁଧବାର ଦିନ କହିଛନ୍ତି, କଲେଜ ପଢ଼ା ପାଇଁ ପେଟରୁ କାଟି ସଞ୍ଚୟ କରିଥିବା ପ୍ରତ୍ୟେକ ପରିବାର, ଋଣ ପରିଶୋଧ କରିଥିବା ସ୍ନାତକ ଏବଂ ଋଣ କରି ନ ପଢ଼ିବା ଲାଗି କାମଧନ୍ଦା ଆଦରି ନେଇଥିବା ଅଥବା ସ୍ବେଚ୍ଛାରେ ସଶସ୍ତ୍ର ବାହିନୀରେ ଯୋଗ ଦେଇଥିବା ଆମେରିକୀୟଙ୍କ ମୁହଁରେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଛାତ୍ରଋଣ ଛାଡ଼ ହେଉଛି ଗୋଟାଏ ଚାପୁଡ଼ା।

publive-image Image Courtesy of Yahoo Finance

ଆଇନ ଅନୁସାରେ, ଋଣ ମାଫ୍‌ କରିବା ପାଇଁ ପ୍ରଶାସନର କ୍ଷମତା ଅଛି ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେରାଇନ୍‌ ଜିନ୍‌-ପିଏରି ସାମ୍ବାଦିକମାନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଆମେରିକୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ପଢ଼ା ବାବଦ ଫିସ୍‌ ଅନ୍ୟାନ୍ୟ ସମୃଦ୍ଧଶାଳୀ ଦେଶଗୁଡ଼ିକ ଅପେକ୍ଷା ଖୁବ୍‌ ଅଧିକ। ବିଶ୍ବବିଦ୍ୟାଳୟ ପଢ଼ା ପାଇଁ ଆମେରିକୀୟ ଗ୍ରାହକମାନେ ଛାତ୍ର ଋଣ ବ୍ୟବସ୍ଥା ଅନୁସାରେ ୧.୭୫ ଟ୍ରିଲିୟନ୍‌ ଡଲାର୍‌ ଋଣ ନିଅନ୍ତି।

ତେଣୁ, ଛାତ୍ରମାନଙ୍କୁ ଆର୍ଥିକ ଆଶ୍ବସ୍ତି ନ ଦେଲେ ଅନ୍ୟାନ୍ୟ ଦେଶ ସବୁ ଅର୍ଥନୈତିକ ଭାବେ ଆମେରିକାକୁ ଅତିକ୍ରମ କରିଯିବେ ବୋଲି ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe