ସିଓଲ୍ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏସିଆ ଗସ୍ତ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ସେ ସିଓଲର ଦକ୍ଷିଣରେ ଥିବା ଓସନ ବାୟୁସେନା ଘାଟିରେ ଅବତରଣ କରିଛନ୍ତି। ବାୟୁସେନା ଘାଟିରୁ ସେ ପେଙ୍ଗଟେକ୍ସ୍ଥିତ ସାମସଙ୍ଗର ସେମିକଣ୍ଡକ୍ଟର କାରଖାନାକୁ ଯାଇଥିଲେ। ଏହା ବିଶ୍ବର ସର୍ବବୃହତ୍ ସେମିକଣ୍ଡକ୍ଟର କାରଖାନା। ତାଙ୍କ ସହିତ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ-ଇଓଲ୍ ମଧ୍ୟ ଉପସ୍ଥିତ ଥିଲେ। ଦକ୍ଷିଣ କୋରିଆରେ ସେ ୩ ଦିନ ରହିବେ। ଏହାପରେ ସେ ଜାପାନ ଯାଇ ସେଠାରେ କ୍ବାଡ୍ ବୈଠକରେ ଆସନ୍ତା ୨୪ ତାରିଖରେ ଯୋଗଦେବେ। ରାଷ୍ଟ୍ରପତି ଭାବେ ବାଇଡେନଙ୍କର ଏହା ପ୍ରଥମ ଏସିଆ ଗସ୍ତ। ତେବେ ବାଇଡେନଙ୍କ ଗସ୍ତ ସମୟରେ କିମ୍ବା ଗସ୍ତ ପରେ ଉତ୍ତର କୋରିଆ ଶକ୍ତିଶାଳୀ କ୍ଷେପଣାସ୍ତ୍ର, ଆଣବିକ କ୍ଷେପଣାସ୍ତ୍ର କିମ୍ବା ଉଭୟର ପରୀକ୍ଷଣ କରିପାରେ ବୋଲି ଆମେରିକାର ଗୁଇନ୍ଦା ସତର୍କ କରାଇ ଦେଇଛି।
ଦକ୍ଷିଣ କୋରିଆରେ ବାଇଡେନ୍, କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଉତ୍ତର କୋରିଆର ପ୍ରସ୍ତୁତି
Advertisment
Follow Us