ଟ୍ରମ୍ପ୍‌ଙ୍କ ଶେଷ ଚିଠିର ଉଦାରତାରେ ବାଇଡେନ୍‌ ବିମୋହିତ

ଟ୍ରମ୍ପ୍‌ଙ୍କ ଶେଷ ଚିଠିର ଉଦାରତାରେ ବାଇଡେନ୍‌ ବିମୋହିତ

ଵାସିଂଟନ: ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହ୍ବାଇଟ୍‌ହାଉସ ଛାଡ଼ିବା ପୂର୍ବରୁ ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ଉଦାର ଚିଠି ଓଭାଲ୍‌ କାର୍ଯ୍ୟାଳୟରେ ଛାଡ଼ି ଯାଇଛନ୍ତି। ଯଦିଓ ବିଦାୟୀ ରାଷ୍ଟ୍ରପତି ଏପରି ଏକ ଚିଠି ଲେଖିବାର ପରମ୍ପରା ରହିଛି, ତେବେ ଟ୍ରମ୍ପ୍‌ଙ୍କ ଚିଠିରେ ଭରି ରହିଥିବା ଉଦାରତା ବାଇଡେନ୍‌ଙ୍କୁ ଖୁବ୍‌ ବିମୋହିତ କରିପାରିଛି ବୋଲି ଚର୍ଚ୍ଚା ହେଉଛି। ଏପରିକି ଟ୍ରମ୍ପ୍‌ଙ୍କ ଏହି ନିଆରା ଚିଠି ମଧ୍ୟ ବାଇଡେନ୍‌ଙ୍କୁ ମୁଗ୍ଧ କରିଛି ବୋଲି ସେ ନିଜେ ସ୍ବୀକାର ବି କରିଛନ୍ତି।

ଅବଶ୍ୟ ଆମେରିକାର ରାଷ୍ଟ୍ରପତି ଇତିହାସରେ ଟ୍ରମ୍ପ୍‌ ଅନେକ ପରମ୍ପରା ଭଙ୍ଗ କରିଛନ୍ତି, ଯଥା: ବୁଧବାର ଆୟୋଜିତ ନୂତନ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ନ ରହିବା, ନିର୍ବାଚନରେ ବାଇଡେନ୍‌ଙ୍କ ବିଜୟ ପାଇଁ ତାଙ୍କୁ ସମ୍ଭାଷଣ ନ କରିବା ଏବଂ କ୍ଷମତା ହସ୍ତାନ୍ତର ପାଇଁ ସ୍ବତଃପ୍ରବୃତ୍ତ ଇଚ୍ଛା ପ୍ରକଟ ନ କରିବା ଆଦି ଅନେକ ପ୍ରସଙ୍ଗ ରହିଛି। ତେବେ ସେ ପରମ୍ପରା ଅନୁଯାୟୀ ବାଇଡେନ୍‌ଙ୍କ ଉଦ୍ଦେଶ୍ୟରେ ଉପାଦେୟ ଚିଠିଟେ ଲେଖିବେ କି ନାହିଁ ତାହା ବୁଧବାର ସୁଦ୍ଧା ଅସ୍ପଷ୍ଟ ରହିଥିଲା। ତେବେ ଟ୍ରମ୍ପ୍‌ ଚିଠି ଲେଖିଛନ୍ତି ଏବଂ ତାଙ୍କ ମାର୍ମିକ ଲେଖା ବାଇଡେନ୍‌ଙ୍କ ମନକୁ ଛୁଇଁପାରିଛି। ଅବଶ୍ୟ ତାହା ଏକ ବ୍ୟକ୍ତିଗତ ଚିଠି ହୋଇଥିବାରୁ ସେଥିରେ କ'ଣ ସବୁ ଲେଖାଯାଇଛି ସେ ସମ୍ପର୍କରେ ବାଇଡେନ୍‌ କିଛି ପ୍ରକାଶ କରିନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe