୨ ପ୍ରମୁଖ ରାଜ୍ୟରେ ବାଇଡେନ୍‌ ଆଗୁଆ

୨ ପ୍ରମୁଖ ରାଜ୍ୟରେ ବାଇଡେନ୍‌ ଆଗୁଆ

Image Courtesy of Rediff.com

ୱା‌ସିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦିନକ ପୂର୍ବରୁ ପ୍ରକାଶିତ ଏକ ଜନମତ ସର୍ଭେ ଅନୁଯାୟୀ ଆମେରିକାର ୨ଟି ପ୍ରମୁଖ ରାଜ୍ୟ ମିଚିଗାନ ଏବଂ ୱିସକନସିନ୍‌ରେ ଡିମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଆଗୁଆ ଅଛନ୍ତି। ଏସଏସଆରଏସ୍‌ ଦ୍ବାରା ପରିଚାଳିତ ସିଏନ୍‌ଏନ୍‌ ଜନମତ ସ‌ର୍ଭେ ଅନୁଯାୟୀ ୱସକନସିନ୍‌ ଏବଂ ମିଚିଗାନରେ ବାଇଡେନ୍‌ ଆଗୁଆ ଅଛନ୍ତି ଏବଂ ଟ୍ରମ୍ପ୍‌ ପଛୁଆ ହୋଇଯାଇଛନ୍ତି। ସେହିପରି ଆରିଜୋନା ଏବଂ ଉତ୍ତର କାରୋଲିନାରେ ଟ୍ରମ୍ପ୍‌ ଏବଂ ବାଇଡେନ୍‌ଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। କିନ୍ତୁ ଉପରୋକ୍ତ ୪ଟି ରାଜ୍ୟରେ ୨୦୧୬ରେ ଟ୍ରମ୍ପ୍‌ ବିପୁଳ ବିଜୟ ହାସଲ କରିଥିଲେ। ୪ ରାଜ୍ୟରୁ ଯଦି କୌଣସି ରାଜ୍ୟରେ ଟ୍ରମ୍ପ୍‌ ପରାଜୟ ବରଣ କରନ୍ତି ତେବେ ତାଙ୍କ ବିଜୟ ଅଧିକ ଜଟିଳ ହୋଇଯିବ। ସର୍ଭେ ଅନୁଯାୟୀ ମେଲ୍‌ ଦ୍ବାରା ଭୋଟ ଦେଇଥିବା ଅଧିକାଂଶ ଭୋଟର ବାଇଡେନ୍‌ଙ୍କୁ ପସନ୍ଦ କରିଛନ୍ତି। ଆରିଜୋନାରେ ବାଇଡେନ୍‌ଙ୍କୁ ୫୦ ପ୍ରତିଶତ ସମର୍ଥନ ମିଳିଥିବାବେଳେ ଟ୍ରମ୍ପ୍‌ଙ୍କୁ ୪୬ ପ୍ରତିଶତ। ୱିସକନସିନ୍‌ରେ ବାଇଡେନଙ୍କୁ ୫୨ପ୍ରତିଶତ ସମର୍ଥନ ମିଳିଥିବାବେଳେ ଟ୍ରମ୍ପ୍‌ଙ୍କୁ ୪୪ ପ୍ରତିଶତ। ଉତ୍ତର କାରୋଲିନାରେ ବାଇଡେନ୍‌ଙ୍କୁ ୫୧ ପ୍ରତିଶତ ସମର୍ଥନ ମିଳିଥିବାବେଳେ ଟ୍ରମ୍ପ୍‌ଙ୍କୁ ୪୫ ପ୍ରତିଶତ ସମର୍ଥନ ମିଳିଛି। ତେବେ ମିଚିଗାନରେ ୫୩ ପ୍ରତିଶତ ଭୋଟର ବାଇଡେନ୍‌ଙ୍କୁ ସମର୍ଥନ କରିଥିବାବେଳେ ଟ୍ରମ୍ପ୍‌ଙ୍କୁ ୪୧ ପ୍ରତିଶତ ଭୋଟର ସମର୍ଥନ କରିଥିବା ଜନମତ ସର୍ଭେରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe