ବାଇଡେନ ଭାରତ ପାଇଁ ଭଲ ନୁହନ୍ତି, ଜୁନିୟର ଟ୍ରମ୍ପଙ୍କ ଅଭିଯୋଗ

Advertisment
ବାଇଡେନ ଭାରତ ପାଇଁ ଭଲ ନୁହନ୍ତି, ଜୁନିୟର ଟ୍ରମ୍ପଙ୍କ ଅଭିଯୋଗ

Mint

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତେ ନିକଟତର ହେଉଛି ପ୍ରଚାର ସେତେ ସରଗରମ ହେବାରେ ଲାଗିଛି। ପରସ୍ପର ବିରୋଧରେ ଆକ୍ଷେପ ଓ ପ୍ରତିଆକ୍ଷେପ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ରିପବ୍ଲିକ୍ ଦଳର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କ ବିଦେଶ ନୀତି ପ୍ରସଙ୍ଗ ଉଠାଇଛନ୍ତି। ବାଇଡେଲ ଭାରତ ପାଇଁ ଭଲ ନୁହନ୍ତି ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ସେ ଚୀନ ବିରୋଧରେ ମଧ୍ୟ ନରମ ଆଭିମୁଖ୍ୟ ପୋଷଣ କରିପାରନ୍ତି ବୋଲି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅଭିଯୋଗ କରିଛନ୍ତି। ଜୁନିୟର ଟ୍ରମ୍ପଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଲିବରାଲ ପ୍ରିଭିଲେଜ୍‌’ର ସଫଳତା କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

ଏହି ପୁସ୍ତକରେ ୭୭ ବର୍ଷୀୟ ବାଇଡେନଙ୍କ ପରିବାର, ବିଶେଷ କରି ତାଙ୍କ ପୁଅ ହଣ୍ଟର ବାଇଡେନଙ୍କ ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ସ୍ଥାନ ପାଇଛି। ଏହି ଅବସରରେ ଜୁନିୟର ଟ୍ରମ୍ପ କହିଛନ୍ତି, ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ଜଣେ ବିଶିଷ୍ଟ ବ୍ୟବସାୟୀ। ଚୀନ ଜାଣିଛି ବାଇଡେନଙ୍କୁ କିଣାଯାଇପାରିବ। ତେଣୁ ହଣ୍ଟରଙ୍କୁ ଚୀନ ୧.୫ ବିଲିଅନ ଡଲାର ଅର୍ଥ ପ୍ରଦାନ କରିଛି। ଫଳରେ ବାଇଡେନ ଚୀନ ବିରୋଧରେ ନରମ ଆଭିମୁଖ୍ୟ ପୋଷଣ କରିବେ ବୋଲି ସେ କହିଛନ୍ତି। ତେଣୁ ବାଇଡେନ ଭାରତ ପାଇଁ ଖରାପ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe