Image Courtesy of NDTV
ଓାସିଂଟନ୍: ଯଦି ରୁଷ୍ ୟୁକ୍ରେନ୍ ଆକ୍ରମଣ କରେ, ତେବେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ କଠୋର ଆର୍ଥିକ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ସତର୍କ କରାଇ ଥିବା ବେଳେ ପୁଟିନ୍ ମଧ୍ୟ ଦାବି କରିଛନ୍ତି ଯେ, ‘ନାଟୋ’ ଆଉ ପୂର୍ବାଞ୍ଚଳ ଆଡ଼କୁ ଅଗ୍ରସର ହେବନାହିଁ ବୋଲି ‘ଗ୍ୟାରେଣ୍ଟି’ ଦେଉ।
ଯୁକ୍ତରାଷ୍ଟ୍ର ଆମେରିକା-ରୁଷ୍ ସମ୍ପର୍କ ଆଧାରିତ‘ ଭିଡିଓ କଲ୍’ରେ ଦୁଇ ନେତା ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବିବାଦ ସମ୍ବନ୍ଧରେ ଦୁଇ ଘଣ୍ଟା ଧରି ‘ଭର୍ଚ୍ୟୁଆଲ୍’ ଆଲୋଚନା କରିଥିଲେ। ତିନି ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ହେବ ଅବସାନ ଘଟିଥିବା ‘ଶୀତଳ ଯୁଦ୍ଧ’ ପରଠାରୁ ଉପରୋକ୍ତ ଆଲୋଚନା ଥିଲା ଖୁବ୍ ଉତ୍ତେଜନାପୂର୍ଣ୍ଣ।
ୟୁକ୍ରେନ୍ ଆକ୍ରମଣ ନୁହେଁ ରୁଷ୍ର ପ୍ରତିରକ୍ଷା ପାଇଁ ସୈନ୍ୟ ଏକତ୍ର କରାଯାଇଛି ବୋଲି ଉକ୍ତ ଶିଖର ବୈଠକ ପୂର୍ବରୁ କ୍ରେମ୍ଲିନ୍ କହିଥିଲା। ସେହିପରି, ଯଦି ରୁଷ୍ ୟୁକ୍ରେନ୍ ଆକ୍ରମଣ କରେ, ତେବେ ରୁଷ୍ ଏବଂ ତା’ର ବ୍ୟାଙ୍କ୍ ସବୁ କଠୋର କଟକଣାର ସମ୍ମୁଖୀନ ହେବେ ବୋଲି ବାଇଡେନ୍ ପୁଟିନ୍ଙ୍କୁ କହିବେ ବୋଲି ଭିଡିଓ କନ୍ଫରେନ୍ସ୍ ପୂର୍ବରୁ ଆମେରିକୀୟ ସରକାରୀ ଅଧିକାରୀମାନେ କହିଥିଲେ।
Image Courtesy of India Todayଆର୍ଥିକ କଟକଣା ଜାରି ହେଲେ, ରୁବେଲ୍କୁ ଡଲାର୍ ଏବଂ ଅନ୍ୟାନ୍ୟ ମୁଦ୍ରାରେ ପରିଣତ କରିବାକୁ ରୁଷ୍ର ବୃହତ୍ତମ ବ୍ୟାଙ୍କ୍ସବୁ ଏବଂ ମସ୍କୋ ଅସୁବିଧାରେ ସମ୍ମୁଖୀନ ହେବ। ଆମେ ୨୦୧୪ରେ ନ କରିଥିବା କାର୍ଯ୍ୟ ଏବେ କରିବାକୁ ପ୍ରସ୍ତୁତ ବୋଲି ରୁଷ୍ର କ୍ରିମିଆ ଓ ୟୁକ୍ରେନ୍ ବିଜୟ ପ୍ରତି ଧ୍ୟାନ ଆକର୍ଷଣ କରି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ୍ ସାମ୍ବାଦିକମାନଙ୍କୁ କହିଛନ୍ତି।
ସେ ପୁଣି କହିଛନ୍ତି, ବାଇଡେନ୍ ପୁଟିନ୍ଙ୍କୁ ସିଧାସଳଖ କହିଛନ୍ତି ଯେ, ରୁଷ୍ ୟୁକ୍ରେନ୍ ଆକ୍ରମଣ କଲେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ୟୁରୋପୀୟ ମିତ୍ରମାନେ ୟୁକ୍ରେନ୍କୁ ସୈନ୍ୟ ପଠାଇବ ଏବଂ ସେ ଅଞ୍ଚଳରେ ‘ନାଟୋ’ର ମିତ୍ରମାନଙ୍କୁ ସକ୍ରିୟ କରାଇବ।
କ୍ରେମ୍ଲିନ୍ ମଧ୍ୟ କହିଛି ଯେ, ପୁଟିନ୍ ବାଇଡେନ୍ଙ୍କୁ କହିଛନ୍ତି, ସାମ୍ପ୍ରତିକ ଉତ୍ତେଜନା ପାଇଁ ରୁଷ୍କୁ ଦାୟୀ କରିବା ଭୁଲ୍। ‘ନାଟୋ’ ଆଉ ପୂର୍ବ ଆଡ଼କୁ ଅଗ୍ରସର ହେବନାହିଁ କି, ୟୁକ୍ରେନୀୟ ଅଞ୍ଚଳରେ କୌଣସି ବିକାଶ ପାଇଁ ଉଦ୍ୟମ କରିବା ନାହିଁ ବୋଲି ‘ଗ୍ୟାରେଣ୍ଟି’ ଦିଆଯାଉ।
Follow Us