‘ଡିସି’ ଜିଲ୍ଲା ଅଦାଲତର ବିଚାରପତି ଭାବେ ଭାରତୀୟ-ଆମେରିକୀୟ ରୁପା ରଙ୍ଗା ପୁଟ୍ଟାଗୁଣ୍ଟାଙ୍କୁ ମନୋନୀତ କଲେ ବାଇଡେନ୍‌

‘ଡିସି’ ଜିଲ୍ଲା ଅଦାଲତର ବିଚାରପତି ଭାବେ ଭାରତୀୟ-ଆମେରିକୀୟ ରୁପା ରଙ୍ଗା ପୁଟ୍ଟାଗୁଣ୍ଟାଙ୍କୁ ମନୋନୀତ କଲେ ବାଇଡେନ୍‌

Image Courtesy of NDTV

ଓ୍ଵାସିଂଟନ୍‌: ‘ଡିଷ୍ଟ୍ରିକ୍ଟ୍‌ ଅଫ୍‌ କଲମ୍ବିଆ’ର ଅଦାଲତରେ ସଙ୍ଘୀୟ ବିଚାରପତି ଭାବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ-ଆମେରିକୀୟ ରୁପା ରଙ୍ଗା ପୁଟ୍ଟାଗୁଣ୍ଟାଙ୍କୁ ମନୋନୀତ କରିଛନ୍ତି।

ଏହି ଶୀର୍ଷସ୍ତରୀୟ ବିଚାର ବିଭାଗୀୟ ପଦବୀ ନିମନ୍ତେ ଆଫ୍ରିକୀୟ-ଆମେରିକୀୟ ଏବଂ ମୁସ୍‌ଲିମ୍‌-ଆମେରିକୀୟଙ୍କ ସମେତ ୧୦ଜଣ ପ୍ରାର୍ଥୀ ଥିଲେ।

ହ୍ଵାଇଟ୍‌ ହାଉସ୍‌ କହିଛ, ଯଦି ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍‌ ଏହି ମନୋନୟନକୁ ସୁନିଶ୍ଚିତ କରେ ତେବେ ରୁପା ରଙ୍ଗା ପୁଟ୍ଟାଗୁଣ୍ଟା ହେବେ ‘ଡିଷ୍ଟ୍ରିକ୍ଟ୍‌ ଅଫ୍‌ କଲମ୍ବିଆ’ ତଥା ଯୁକ୍ତରାଷ୍ଟ୍ର ଆମେରିକା ଜିଲ୍ଲା ଅଦାଲତରେ ବିଚାରପତି ପଦବୀ ମଣ୍ଡନ କରିଥିବା ପ୍ରଥମ ‘ଏସିଆନ୍‌-ଆମେରିକାନ୍‌ ଆଣ୍ଡ୍‌ ପାସିଫିକ୍‌ ଆଇଲାଣ୍ଡର୍‌’ (ଏଏପିଆଇ) ମହିଳା।

publive-image Image Courtesy of NDTV

ସମ୍ପ୍ରତି ରୁପା ରଙ୍ଗା ପୁଟ୍ଟାଗୁଣ୍ଟା ‘ଡିଷ୍ଟ୍ରିକ୍ଟ୍‌ ଅଫ୍‌ କଲମ୍ବିଆ ରେଣ୍ଟାଲ୍‌ ହାଉସିଙ୍ଗ୍‌ କମିସନ୍‌’ରେ ଜଣେ ପ୍ରଶାସନିକ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ‘କମିସନ୍‌’ରେ ଯୋଗ ଦେବା ପୂର୍ବରୁ ବିଚାରପତି ପୁଟ୍ଟାଗୁଣ୍ଟା ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ଜଣେ ଏକକ ‘ପ୍ରାକ୍ଟିସନର୍‌’ ଥିଲେ। ସେତେବେଳେ ସେ ଅପରାଧିକ ମାମଲାରେ ଆର୍ଥିକ ଅନଟନଗ୍ରସ୍ତ ଅଭିଯୁକ୍ତଙ୍କ ବିଚାର ଓ ଆବେଦନର ପ୍ରତିନିଧିତ୍ୱ କରୁଥିଲେ।

ଓକିଲାତି ଆରମ୍ଭ କରିବା ପୂର୍ବରୁ ୨୦୧୨ରୁ ୨୦୧୩ ପର୍ଯ୍ୟନ୍ତ ବିଚାରପତି ଗୁଟ୍ଟାଗୁଣ୍ଟା ‘ଏଲ୍‌ଏଲ୍‌ପି’ ଅଞ୍ଚଳର ‘ଡିନ୍‌ଲି ମ୍ୟାକ୍‌କିନ୍ନିରେ ‘ଫ୍ୟାମିଲି ଆଣ୍ଡ୍‌ ଅପିଲେଟିଭ୍‌ ଲ’ ପ୍ରାକ୍ଟିସ୍‌ କରୁଥିଲେ।

୨୦୦୭ରେ ବିଚାରପତି ପୁଟ୍ଟାଗୁଣ୍ଟା ‘ଓହିଓ ଷ୍ଟେଟ୍‌ ମୋରିଜ୍‌ କଲେଜ୍‌ ଅଫ୍‌ ଲ’ରୁ ‘ଜୁରିସ୍‌ ଡକ୍ଟର୍‌ ଡିଗ୍ରି’ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe