ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାବ‌େ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌ଙ୍କୁ ଚୟନ କଲେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍

Advertisment
ନବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

Image Courtesy of Hindustan Times

ୱାସିଂଟନ୍: ୨୦୨୦ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଭାରତୀୟ ବଂଶୋଦ୍ଭବ କାଲିଫର୍ଣ୍ଣିଆ ସିନେଟର୍ କମଳା ହ୍ୟାରିସ୍‌ଙ୍କୁ ମନୋନୀତ କରିଛନ୍ତି।

କମଳାଙ୍କ ମାଆ ହେଉଛନ୍ତି ଚେନ୍ନାଇର ଶ୍ୟାମଳା ଗୋପାଳନ ହ୍ୟାରିସ୍। ସେ କର୍କଟ ସ୍ତନ ରୋଗ ଗବେଷିକା ଥିଲେ ଓ ୨୦୦୯ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। କମଳାଙ୍କ ବାପା ଜାମାଇକା ଅଧିବାସୀ ଡୋନାଲଡ୍‌ ହ୍ୟାରିସ୍‌ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରନ୍ତି। କମଳାଙ୍କ ସାନ ଭଉଣୀ ଖୁବ୍ ଛୋଟ ଥିବା ବଳେ ତାଙ୍କ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।

publive-image Image Courtesy of Hindustan Times

କୌଣସି ପ୍ରମୁଖ ଦଳର ରାଷ୍ଟ୍ରପତୀୟ ଟିକେଟ୍‌ ପାଇବାରେ କାଲିଫର୍ଣ୍ଣିଆର ଓକ୍‌ଲାଣ୍ଡ୍‌ରେ ଜନ୍ମିତା କମଳା ହ୍ୟାରିସ୍‌ ହେଉଛନ୍ତି ପ୍ରଥମ କୃଷ୍ଣକାୟ ଓ ଭାରତୀୟ ଆମେରିକୀୟ।

ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ମିଳିତ ପ୍ରାର୍ଥୀ (ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଗୋଟିଏ ଟିକେଟ୍‌ରେ ନିର୍ବାଚନ ଲଢ଼ନ୍ତି) ଭାବେ ଗ୍ରହଣ କରିଥିବା କଥା ସାମାଜିକ ଗଣମାଧ୍ୟମରେ ବାଇଡେନ୍‌ ଘୋଷଣା କରିବାର ଅଳ୍ପ ସମୟ ପରେ ହ୍ୟାରିସ୍ ଟୁଇଟ୍‌ କରିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ସଂଗ୍ରାମ କରି ଜୀବନ ଅତିବାହିତ କରିଥିବା କାରଣରୁ ଜୋ ବାଇଡେନ୍ ଆମେରିକୀୟଙ୍କୁ ଏକତ୍ର କରିପାରିବେ। ଏବଂ ଜଣେ ରାଷ୍ଟ୍ରପତି ଭାବେ, ଆମର ଆଦର୍ଶ ବ୍ୟକ୍ତିତ୍ବମାନଙ୍କ ଆଶା ପୂରଣ କରିବା ଭଳି ଆମେରିକା ଗଢ଼ିପାରିବେ। ଆମ ଦଳର ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ତାଙ୍କ ସହ ଯୋଗ ଦେଇ ମୁଁ ସମ୍ମାନୀତା। ତାଙ୍କୁ ଆମର ‘କମାଣ୍ଡର୍‌-ଇନ୍‌-ଚିଫ୍’ କରିବାକୁ ଯାହା ଆବଶ୍ୟକ ତାହା କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe