୮ କୋଟି ଭୋଟ୍‌ ବୈଧ ବୋଲି ବାଇଡେନ୍‌ ପ୍ରମାଣ କରନ୍ତୁ: ଟ୍ରମ୍ପ୍‌

Advertisment
ଟ୍ରମ୍ପ୍‌ଙ୍କୁ ଶକ୍ତ ଝଟ୍‌କା : ମହାଭିଯୋଗ ପ୍ରସ୍ତାବ ଗୃହୀତ

Image Courtesy of The Financial Express

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରିଣାମକୁ ଏବେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଖୋଲା ମନରେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଜାନୁଆରି ୨୦ ତାରିଖ ଦିନ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବାକୁ ଥିବାବେଳେ ଆଜି ଟ୍ରମ୍ପ୍‌ ପୁଣି ବିବାଦୀୟ ବୟାନ ଦେଇ ରିପବ୍ଲିକାନ୍‌ ଦଳକୁ ଅଡୁଆରେ ପକାଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଏଥର ନିର୍ବାଚନରେ ବାଇଡେନ୍‌ ଯେଉଁ ୮ କୋଟି ଭୋଟ୍‌ ପାଇଛନ୍ତି ତାହା ବୈଧ ବୋଲି ପ୍ରମାଣ କରିବା ପରେ ହିଁ ହ୍ବାଇଟ୍‌ ହାଉସକୁ ପ୍ରବେଶ କରନ୍ତୁ। ଆଟ୍‌ଲାଣ୍ଟା, ଫିଲାଡେଲ୍‌ଫିଆ, ଡେଟ୍ରଇଟ୍‌ ଆଦି ରାଜ୍ୟରେ ବଡ଼ ଧରଣର ଭୋଟ୍‌ ଜାଲିଆତି ହୋଇଥିବା ସମସ୍ତେ ଜାଣିଥିବାରୁ ବାଇଡେନ୍‌ ଏହାକୁ କିଭଳି ଏଡ଼ାଇ ଯିବେ ବୋଲି ଟ୍ରମ୍ପ୍‌ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe