Image Courtesy of NDTV
ପ୍ୟାରିସ୍: ୟୁକ୍ରେନ୍ ଶିଖର ବୈଠକ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ରୁଷ୍ର ରାଷ୍ଟ୍ରପତି ମୋଟାମୋଟି ରାଜି ହୋଇଛନ୍ତି। କିନ୍ତୁ, ସେଥିନିମନ୍ତେ ଗୋଟାଏ ସର୍ତ୍ତ ଅଛି। ତାହା ହେଉଛି- ମସ୍କୋ ଯେମିତି ୟୁକ୍ରେନ୍ ଆକ୍ରମଣ ନ କରେ। ତେବେ ଯାଇ ଉକ୍ତ ବୈଠକ ସମ୍ଭବ ବୋଲି ଆଜି ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ଙ୍କ କାର୍ଯ୍ୟାଳୟ ଘୋଷଣା କରିଛି।
ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମ୍ୟାକ୍ରୋନ୍ ଏହି ଶିଖର ବୈଠକ ପ୍ରସ୍ତାବ ଦେଇଛନ୍ତି। ‘ୟୁରୋପରେ ନିରାପତ୍ତା ଏବଂ ରଣନୈତିକ ସ୍ଥିରତା’ ଉପରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀକୁ ଅନ୍ୟାନ୍ୟ ଅଂଶ ଗ୍ରହଣକାରୀଙ୍କୁ ଡକାଯିବ ବୋଲି ଫ୍ରାନ୍ସ୍ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।
Image Courtesy of The Guardianଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଫେବ୍ରୁଆରି ୨୪ ତାରିଖ ଗୁରୁବାର ଦିନ ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ୍ ଏବଂ ରୁଷ୍ର ବୈଦେଶିକ ମନ୍ତ୍ରୀ ଲାଭାରୋଭ୍ଙ୍କ ବୈଠକ ସମୟରେ ସମ୍ମିଳନୀ ପାଇଁ ଆଲୋଚ୍ୟ ପ୍ରସଙ୍ଗର ସାରମର୍ମ ପ୍ରସ୍ତୁତି କରାଯିବ।
କିନ୍ତୁ, ଏ ସଂକ୍ରାନ୍ତରେ ତୁରନ୍ତ ହ୍ବାଇଟ୍ ହାଉସ୍ କୌଣସି ମନ୍ତବ୍ୟ କି, ପ୍ରତ୍ୟୁତ୍ତର ଦେଇନାହିଁ।
ରୁଷ୍ର ରାଷ୍ଟ୍ରପତି ପୁଟିନ୍ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ମାକ୍ରୋନ୍ ଫୋନ୍ ଯୋଗେ ବାର୍ତ୍ତାଳାପ ହେବା ପରେ ଉପରୋକ୍ତ ଘୋଷଣାନାମା ଜାରି ହୋଇଥିଲା।
Follow Us