ପତ୍ନୀଙ୍କ ସହ ବେଳାଭୂମିରେ ବୁଲୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପତ୍ନୀଙ୍କ ସହ ବେଳାଭୂମିରେ ବୁଲୁଛନ୍ତି । ହେଲେ ଠିକ୍ ଭାବେ ଚାଲି ପାରୁନାହାନ୍ତି ଜୋ ବାଇଡେନ୍ । ଡେଲାୱେର ପ୍ରଦେଶର ରେହୋବୋଥ୍ ଆମେରିକା ରାଷ୍ଟ୍ରପତି ଠିକ୍ ଭାବେ ଚାଲିପାରୁନଥିବା ଦେଖିବାକୁ ମିଳିଛି ।

 Sky News

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପତ୍ନୀଙ୍କ ସହ ବେଳାଭୂମିରେ ବୁଲୁଛନ୍ତି । ହେଲେ ଠିକ୍ ଭାବେ ଚାଲି ପାରୁନାହାନ୍ତି ଜୋ ବାଇଡେନ୍ । ଡେଲାୱେର ପ୍ରଦେଶର ରେହୋବୋଥ୍ ଆମେରିକା ରାଷ୍ଟ୍ରପତି ଠିକ୍ ଭାବେ ଚାଲିପାରୁନଥିବା ଦେଖିବାକୁ ମିଳିଛି । ଭିଡିଓରେ ଅନେକ ଥର ବାଇଡେନ୍ ନିଜର ସନ୍ତୁଳନ ରଖିପାରୁନାହାନ୍ତି । ପଡ଼ିଯିବା ଆଶଙ୍କାରେ ପତ୍ନୀ ଜିଲ୍ ରାଷ୍ଟ୍ରପତିଙ୍କ ହାତ ଧରି ପକାଉଛନ୍ତି ।

ସୋସିଆଲ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବାଇଡେନଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ମଧ୍ୟ ଅନେକ ସମୟରେ ବାଇଡେନ୍‌ ନିଜର ସନ୍ତୁଳନ ରଖିପାରୁନଥିବାର ଭିଡିଓ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ବାଇଡେନଙ୍କୁ ଏପରି ଦେଖିବାକୁ ମିଳିଥିଲା । 

ଉଲ୍ଲେଖଯୋଗ୍ୟ, ନିକଟରେ ଆମେରିକାରର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ‌ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ କମଲ୍‌ ହାରିସଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି। ହେଲେ ଏକ ସଭାରେ ଜୋ ବାଇଡେନ୍‌ କମଲାଙ୍କ ପ୍ରଶଂସାକ କରି କହିଥିଲେ ଯେ ସେ ସର୍ବଦା ଆମେରିକାର ଚାମ୍ପିୟନ୍‌ ରହିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe