ୟୁକ୍ରେନ୍‌ ପାଇଁ ୪୦ ବିଲିଅନ୍‌ ଡଲାର ସହାୟତା ବିଲ୍‌ରେ ସ୍ବାକ୍ଷର କଲେ ବାଇଡେନ୍‌

Advertisment

ବାଇଡେନ୍‌, ବ୍ଲିଙ୍କେନ୍‌ଙ୍କ ଉପରେ ଯାତ୍ରା କଟକଣା ଲଗାଇଲା ରୁଷ୍‌

ବାଇଡେନ୍‌, ବ୍ଲିଙ୍କେନ୍‌ଙ୍କ ଉପରେ ଯାତ୍ରା କଟକଣା ଲଗାଇଲା ରୁଷ୍‌

ଚୀନ୍‌ ବିପଦ ସହ ଖେଳୁଛି, ସାମରିକ ଶକ୍ତି ପ୍ରୟୋଗ କରିବୁ: ବାଇଡେନ୍‌

Image Courtesy of India Today

ୱାସିଂଟନ୍‌ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ୪ର୍ଥ ମାସରେ ପହଞ୍ଚିବାକୁ ଯାଉଥିବା ବେଳେ ୟୁକ୍ରେନ୍‌କୁ ଅଧିକ ଆମେରିକୀୟ ସହାୟତା ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଏକ ୪୦ ବିଲିଅନ ଡଲାର୍‌ର ସହୟତା ବିଲ୍‌ରେ ସ୍ବାକ୍ଷର କରିଛନ୍ତି। ଯୁଦ୍ଧର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଆମେରିକା କଂଗ୍ରେସ ଦ୍ବାରା ଗୃହୀତ ହୋଇଥିବା ଏହି ବିଲ୍‌ ୟୁକ୍ରେନ୍‌କୁ ସହଯୋଗ କରିବାରେ ନିର୍ଣ୍ଣାୟକ ହେବ। ନୂଆ ବିଲ୍‌ ଦ୍ବାରା ୟୁକ୍ରେନ୍‌କୁ ସାମରିକ ସହାୟତା ବାବଦରେ ୨୦ ବିଲିଅନ ଡଲାର ମିଳିବ ଏବଂ ସାଧାରଣ ଆର୍ଥିକ ସହାୟତା ଭାବେ ୮ ବିଲିଅନ ଡଲାର, ବୈଶ୍ବିକ ଖାଦ୍ୟ ନିଅଣ୍ଟର ମୁକାବିଲା ପାଇଁ ୫ ବିଲିଅନ ଡଲାର ଏବଂ ଶରଣାର୍ଥୀଙ୍କୁ ସହଯୋଗ କରିବାପାଇଁ ୧ ବିଲିଅନରୁ ଅଧିକ ଡଲାର ମିଳିବ। ବାଇଡେନ୍‌ ଅତ୍ୟନ୍ତ ଅସାଧାରଣ ପରିସ୍ଥିତିରେ ଦକ୍ଷିଣ କୋରିଆ ଗସ୍ତରେ ଥାଇ ଏହି ବିଲ୍ ସ୍ବାକ୍ଷର କରିଛନ୍ତି। ଅନ୍ୟପକ୍ଷେ ରୁଷ୍‌ ବାଇଡେନ୍‌ ଏବଂ ଆମେରିକା ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କେନ୍‌ଙ୍କ ସମେତ ମୋଟ୍‌ ୯୬୩ ଆମେରିକୀୟଙ୍କ ଉପରେ ଯାତ୍ରା କଟକଣା ଲଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe