ଏୟାର ଫୋର୍ସ ଵାନ୍‌ ଚଢ଼ିଲାବେଳେ ବାଇଡେନ୍‌ ତିନି ଥର ଝୁଣ୍ଟିହେଲେ

Advertisment
ଏୟାର ଫୋର୍ସ ଵାନ୍‌ ଚଢ଼ିଲାବେଳେ ବାଇଡେନ୍‌ ତିନି ଥର ଝୁଣ୍ଟିହେଲେ

ଵାସିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଆଟଲାଣ୍ଟାରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ଵାନ୍‌ରେ ବସିବା ପାଇଁ ସଂଲଗ୍ନ ଶିଡ଼ିର ପାହାଚ ଚଢ଼ିଲା ବେଳେ ତିନି ତିନି ଥର ଝୁଣ୍ଟିପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଭୀଷଣ ପବନ ବହୁଥିବା ପାଗ ଯୋଗୁଁ ସେ ଏପରି ଭାରସାମ୍ୟ ହରାଇ ବସିଥିଲେ ଏବଂ ସେ ଏବେ ଶତ ପ୍ରତିଶତ ସୁସ୍ଥ ଓ ସ୍ବାଭାବିକ ଅଛନ୍ତି ବୋଲି ଉକ୍ତ ଘଟଣା ପରେ ହ୍ବାଇଟ୍‌ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସାମାଜିକ ଗଣମାଧ୍ୟମରେ ପ୍ରବଳ ପ୍ରସାରିତ ହୋଇଥିବା ଉକ୍ତ ଭିଡିଓରେ ବାଇଡେନ୍‌ ଏୟାର ଫୋର୍ସ ଵାନ୍‌ ବିମାନ ସଂଲଗ୍ନ ଶିଡ଼ିରେ ଉଠିଲା ବେଳେ କିଛି ପାହାଚ ପରେ ଗୋଡ଼ ଛନ୍ଦି ହୋଇ ଖସି ପଡ଼ିଥିଲେ। ତେବେ ସେ ପୁଣି ଛିଡ଼ା ହୋଇ ଆଗକୁ ପାହାଚ ଚଢ଼ିବା ଆରମ୍ଭ କରିଥିଲେ। ଦ୍ବିତୀୟ ଥର ପାଇଁ ସେ ଖସି ପଡୁଥିବା ବେଳେ ନଇଁପଡ଼ି ଶିଡ଼ିର ରେଲିଂ ଧରି ନିଜକୁ ସମ୍ଭାଳି ନେଇଥିଲେ। ଏଥର ଗୋଡ଼ ସାମାନ୍ୟ ଏପଟସେପଟ ହେଉଥିବା ସତ୍ତ୍ବେ ସେ ବାକି ପାହାଚ ଚଢ଼ି ବିମାନ ଭିତରେ ପଶିଥିଲେ। ତେବେ ବାଇଡେନ୍‌ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ହ୍ବାଇଟ୍‌ହାଉସ୍‌ର ଗଣମାଧ୍ୟମ ଉପ ସଚିବ କାରିନ୍‌ ଜିନ୍‌ ପେରି ସ୍ପଷ୍ଟ କରିବା ସହ ବାହାରେ ଏତେ ଜୋର୍‌ରେ ପବନ ହେଉଥିଲା ଯେ ସେ ନିଜେ ବି ଖସିପଡୁଥିଲେ ବୋଲି ସଫେଇ ଦେଇଛନ୍ତି। ସୂଚନା ଥାଉ କି, ଆମେରିକାର ଶାସନରେ ଥିବା ସବୁଠୁ ବୟସ୍କ ରାଷ୍ଟ୍ରପତି ୭୮ ବର୍ଷୀୟ ବାଇଡେନ୍‌ଙ୍କର ଗତ ନଭେମ୍ବରରେ ଗୋଡ଼ ଭାଙ୍ଗି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe