Image Courtesy of NDTV
ଓ୍ଵାସିଂଟନ୍: ଶୁକ୍ରବାର ଦିନ ‘ଏୟାର୍ ଫୋର୍ସ ଓ୍ଵାନ୍’ ବିମାନର ପାହାଚ ଚଢ଼ିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତିନିଥର ଝୁଣ୍ଟି ପଡ଼ିଥିଲେ।
ରାଷ୍ଟ୍ରପତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଜେଟ୍ ବିମାନର ପାହାଚର ଅଧା ପର୍ଯ୍ୟନ୍ତ ୭୮ ବର୍ଷିୟ ବାଇଡେନ୍ ଦ୍ରୁତ ବେଗରେ ଚଢ଼ିଯିବା ପରେ ଅକସ୍ମାତ୍ ଦୁଇ ଥର ଝୁଣ୍ଟି ପଡ଼ିଲେ। ବାଇଡେନ୍ ବିମାନ ଆରୋହଣ କରିବା ସମୟରେ ଖୁବ୍ ଜୋର୍ରେ ପବନ ବହୁଥିଲା।
ଡାହାଣ ହାତରେ ବିମାନ ପାହାଚର ବାଡ଼ାକୁ ଧରି ପକାଇ ସେ ସହସା ଉଠିବାକୁ ଉଦ୍ୟମ କରିବା ବେଳେ ପୁଣି ଝୁଣ୍ଟି ଆଣ୍ଠେଇ ପଡ଼ିଥିଲେ।
Image Courtesy of India Todayଏହା ପରେ ବାଇଡେନ୍ ଛିଡ଼ା ହୋଇ କ୍ଷଣେ ଅଟକିଲେ ଓ ପ୍ୟାଣ୍ଟ୍ର ବାମ ପାର୍ଶ୍ୱ ଗୋଡ଼କୁ ଝାଡ଼ିଲେ। ତା’ପରେ ପାହାଚର ସବା ଉପରକୁ ଯାଇ ବୁଲିପଡ଼ି ଅଭିବାଦନ ଜଣାଇବା ସହ ବିମାନ ମଧ୍ୟକୁ ପ୍ରବେଶ କରିଥିଲେ।
ଏହି ଘଟଣାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଚାଲିଛି।
ପରେ ପରେ ‘ଏୟାର୍ ଫୋର୍ସ ଓ୍ଵାନ୍’ ଆଣ୍ଟ୍ଲାଣ୍ଟା ଅଭିମୁଖେ ଉଡ଼ିଯାଇଥିଲା। ସେଠାରେ ରାଷ୍ଟ୍ରପତି ଏସୀୟ-ଆମେରିକୀୟ ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା।
ଏହି ଘଟଣା ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ କେରାଇନ୍ ଜିନ୍-ପାଏରି ସାମ୍ବାଦିକମାନଙ୍କୁ କହିଛନ୍ତି, ସେ ସୁସ୍ଥ ଅଛନ୍ତି। ଭଲ ଭାବେ ଚଲାବୁଲା କରୁଛନ୍ତି। ସେତେବେଳେ ପବନର ବେଗ ପ୍ରଖର ଥିଲା। ମୁଁ ବି ପଡ଼ିଯାଇ ଥାଆନ୍ତି। କିନ୍ତୁ, ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
Follow Us