Advertisment

ଆଇଟିସି ମୌର୍ଯ୍ୟ ଶେରାଟନରେ ରହିବେ ବାଇଡେନ୍, ତାଜ୍‌ ପ୍ୟାଲେସ୍‌ରେ ଜିନପିଙ୍ଗ୍‌

Advertisment

ବାଇଡେନ୍‌ ଓ ତାଙ୍କ ଟିମ୍‌ ପାଇଁ ୪୦୦ ରୁମ୍‌ ବୁକ୍‌

ବାଇଡେନ୍‌ ଓ ତାଙ୍କ ଟିମ୍‌ ପାଇଁ ୪୦୦ ରୁମ୍‌ ବୁକ୍‌

ଆଇଟିସି ମୌର୍ଯ୍ୟ ଶେରାଟନରେ ରହିବେ ବାଇଡେନ୍, ତାଜ୍‌ ପ୍ୟାଲେସ୍‌ରେ ଜିନପିଙ୍ଗ୍‌

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ସଦସ୍ୟ ରାଷ୍ଟ୍ରର ନେତା ଏବଂ ପ୍ରତିନିଧି ଦଳ ଦିଲ୍ଲୀ ଆସିବେ। ସମ୍ମିଳନୀ ସମୟରେ ଦିଲ୍ଲୀ-ଏନ୍‌ସିଆରର ୩୦ରୁ ଅଧିକ ହୋଟେଲ୍‌ରେ ଜି-୨୦ ପ୍ରତିନିଧିମାନେ ରହିବେ। ଆମେରିକା ର‌ାଷ୍ଟ୍ରପତି ଜୋ ବାଇଡେନ୍‌ ଆଇଟିସି ମୌର୍ଯ୍ୟ ଶେରାଟନ୍‌ରେ ରହିବେ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ତାଜ୍‌ ପ୍ୟାଲେସରେ ରହିବେ। ଦିଲ୍ଲୀରେ ମୋଟ୍‌ ୨୩ଟି ଏବଂ ଏନ୍‌ସିଆରରେ ୯ଟି ହୋଟେଲ ବୁକ୍‌ ହୋଇଛି। ‘ଆମେରିକାନ ସିକ୍ରେଟ ସର୍ଭିସ’ର କମାଣ୍ଡୋମାନେ ଆଇଟିସି ମୌର୍ଯ୍ୟ ହୋଟେଲର ପ୍ରତିଟି ଫ୍ଲୋର୍‌ରେ ରହିବେ। ଏହି ହୋଟେଲର ୧୪ ମହଲାରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ରହିବେ। ବାଇଡେନଙ୍କ ପାଇଁ ହୋଟେଲରେ ଏକ ସ୍ବତନ୍ତ୍ର ଲିଫ୍ଟ ବ୍ୟବସ୍ଥା କରାଯାଇଛି। ବାଇଡେନ୍‌ଙ୍କ ଟିମ୍‌ ପାଇଁ ଏହି ହୋଟେଲ୍‌ରେ ପ୍ରାୟ ୪୦୦ ରୁମ୍‌ ବୁକ୍‌ ହୋଇଛି। ମିଳିଥିବା ସୂଚନାନୁଯାୟୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ସାଙ୍ଗ୍ରି-ଲା ହୋଟେଲ୍‌ରେ ରହିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କ୍ଲାରିଜ ‌ହୋଟେଲ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଇମ୍ପେରିଆଲ ହୋଟେଲରେ ରହିବେ। ଇତି ମଧ୍ୟରେ ଆମେରିକା, ବ୍ରିଟେନ୍‌ ଏବଂ ଚୀନ୍‌ର ଯୋଗାଯୋଗ ଟିମ୍‌ ଆଗୁଆ ଆସି ଭାରତରେ ପହଞ୍ଚି ସାରିଛନ୍ତି।

ଦିଲ୍ଲୀର ଓବରୟ ହୋଟେଲରେ ତୁର୍କୀ ପ୍ରତିନିଧି ରହିବେ। ଅନ୍ୟପକ୍ଷେ ମରିସସ୍‌, ନେଦରଲାଣ୍ଡ, ନାଇଜେରିଆ ଏବଂ ସ୍ପେନର ପ୍ରତିନିଧିମାନେ ଲି ମେରିଡି୍ଆନରେ ରହିବେ। ଚୀନ୍‌ ଏବଂ ବ୍ରାଜିଲ ପ୍ରତିନିଧି ଦିଲ୍ଲୀର ତାଜ ପ୍ୟାଲେସରେ ରହିବେ। ଅଷ୍ଟ୍ରେଲିଆ ପ୍ରତିନିଧି ଦଳ ଇମ୍ପେରିଆଲ ହୋଟେଲରେ ରହିବେ। ସେହିପରି ସାଙ୍ଗ୍ରି-ଲାରେ ବ୍ରିଟେନ ଏବଂ ଜର୍ମାନୀର ପ୍ରତିନିଧି ଦଳ ରହିବେ। ହାୟତ ରିଜେନ୍ସିରେ ଇଟାଲି ଏବଂ ସିଙ୍ଗାପୁର ପ୍ରତିନିଧି ଦଳ ରହିବେ। ଓମାନ ପ୍ରତିନିଧି ଦଳ ଲୋଧି ହୋଟେଲରେ ରହିବେ। ଦିଲ୍ଲୀର ଲଳିତ ହୋଟେଲରେ କାନାଡ଼ା ଏବଂ ଜାପାନ ପ୍ରତିନିଧି ଦଳ ରହିବେ। ୟୁଏଇ ପ୍ରତିନିଧି ଦଳ ଦିଲ୍ଲୀର ତାଜ୍‌ ମହଲ ହୋଟେଲରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe