ୟୁକ୍ରେନ ଗ୍ୟାସ୍‌ କମ୍ପାନିଠାରୁ ୫୦ ଲକ୍ଷ ଡଲାର ଲାଞ୍ଚ ନେଇଛନ୍ତି ବାଇଡେନ !

Advertisment

ଏଫ୍‌ବିଆଇ ଦସ୍ତାବିଜରେ ଚାଞ୍ଚଲ୍ୟକର ତଥ୍ୟ

ଏଫ୍‌ବିଆଇ ଦସ୍ତାବିଜରେ ଚାଞ୍ଚଲ୍ୟକର ତଥ୍ୟ

ୟୁକ୍ରେନ ଗ୍ୟାସ୍‌ କମ୍ପାନିଠାରୁ ୫୦ ଲକ୍ଷ ଡଲାର ଲାଞ୍ଚ ନେଇଛନ୍ତି ବାଇଡେନ !

Sky News Australia

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଦୁର୍ନୀତି ଅଭିଯୋଗ ଆସିଛି। ୟୁକ୍ରେନ୍ରର ଏକ ପ୍ରାକୃତିକ ଗ୍ୟାସ୍ ଫାର୍ମ ବୁରିସମା ହୋଲ୍ଡିଂର ଜଣେ କାର୍ଯ୍ୟନିର୍ବାହୀଙ୍କ ଦ୍ବାରା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ୫୦ ଲକ୍ଷ ଡଲାର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି । ୨୦୨୦ରୁ ଏ ସଂକ୍ରାନ୍ତରେ ଏଫ୍‌ବିଆଇକୁ କେତେକ ଗୋପନୀୟ ତଥ୍ୟ ମିଳିଛି, କିନ୍ତୁ ଅଭିଯୋଗ ଆଧାରରେ ଉଚିତ ତଦନ୍ତ ହୋଇନଥିବା କୁହାଯାଉଛି । ସୂଚନାଯୋଗ୍ୟ, ଏ ବାବଦ ଅଭିଯୋଗ ଓ ଗୋପନ ସୂତ୍ରରୁ ମିଳିଥିବା ଦସ୍ତାବିଜକୁ ନେଇ ଏଫ୍‌ବିଆଇ ଖୋଳତାଡ଼ ଆରମ୍ଭ କରିଛି।

ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନ ଏହି ଗ୍ୟାସ କମ୍ପାନି ବୋର୍ଡର ଜଣେ ସଦସ୍ୟ ଏବଂ ଏହି ଲାଞ୍ଚ କାରବାରରେ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା ରିପବ୍ଲିକାନ ଦଳର ନେତାମାନେ ଅଭିଯୋଗ କରିଛନ୍ତି । ଆମେରିକାର ତୈଳ ଓ ଗ୍ୟାସ୍‌ କମ୍ପାନି ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ୟୁକ୍ରେନୀୟ କମ୍ପାନି ପ୍ରୟାସ ଜାରି ରଖିଥିବା ବେଳେ ଏହାକୁ କେତେକ ଅନୈତିକ ଫାଇଦା ଦେବାକୁ ବାଇଡେନ ଏହି ଲାଞ୍ଚ ଗ୍ରହଣ କରିଥିବା କୁହାଯାଉଛି । ଲାଞ୍ଚ ଦେଇଥିବା ୟୁକ୍ରେନ କମ୍ପାନିର କେତେକ ଅଧିକାରୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଏହି ଲାଞ୍ଚ କାରବାର ସଂପର୍କରେ କିଛି ନୂଆ ତଥ୍ୟ ଫକ୍ସ ନ୍ୟୁଜ୍‌ରେ ପ୍ରସାରିତ ହେବାପରେ ଏହାକୁ ନେଇ ଆମେରିକା ରାଜନୀତି ସରଗରମ ହୋଇଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe