ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଚରେ ଝୁଣ୍ଟିବା ପରେ ପଡ଼ିଗଲେ। ୮୦ ବର୍ଷୀୟ ବାଇଡେନ ଗୁରୁବାର କୋଲୋରାଡୋଠାରେ ଆମେରିକା ଏୟାରଫୋର୍ସ ଏକାଡେମିର ଗ୍ରାଜୁଏସନ ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ସେ ଉପସ୍ଥିତ ଅଧିକାରୀମାନଙ୍କୁ ସମ୍ବୋଧନ କରିଥିଲେ। ତାହା ପରେ ଯେତେବେଳେ ସେ ସ୍ନାତକମାନଙ୍କ ସହିତ ହାତ ମିଳାଇବା ପାଇଁ ଆଗକୁ ବଢ଼ିଥିଲେ ସେତେବେଳେ ସେ ପୋଡ଼ିୟମ ନିକଟରେ ପଡ଼ି ଯାଇଥିଲେ। ସେହି ସମୟରେ ବାଇଡେନଙ୍କ ନିକଟରେ ଥିବା ଆମେରିକା ସିକ୍ରେଟ ସର୍ଭିସ ଏବଂ ବାୟୁସେନାର ଅଧିକାରୀମାନେ ତୁରନ୍ତ ତାଙ୍କୁ ଛିଡ଼ା କରାଇଥିଲେ। ଏହାପରେ ବାଇଡେନ କାହାରି ସାହାଯ୍ୟ ନନେଇ ଚାଲିବା ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ବାଇଡେନ ସ୍ନାତକମାନଙ୍କୁ ଉଦ୍ବୋଧନ ଦେଇ ଯେତେବେଳେ ଆଗକୁ ବଢ଼ୁଥିଲେ ସେତେବେଳେ ମଞ୍ଚରେ ରଖାଯାଇଥିବା ଏକ କଳା ବାଲିବସ୍ତାରେ ଝୁଣ୍ଟି ପଡ଼ିଥିଲେ। ସେହି ବାଲିବସ୍ତା ଟେଲିପ୍ରମ୍ପଟରର ବ୍ୟବହାର ପାଇଁ ରଖାଯାଇଥିଲା।
ମଞ୍ଚରେ ଝୁଣ୍ଟି ପଡ଼ିଗଲେ ବାଇଡେନ
Advertisment
Follow Us