Image Courtesy of Zee News
ୱାସିଂଟନ୍: ୟୁକ୍ରେନ୍ ସହିତ ଚଳାଇଥିବା ଯୁଦ୍ଧରେ ରାସାୟନିକ ଅଥବା ଆଣବିକ ଅସ୍ତ୍ର ପ୍ରୟୋଗ ନ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଚେତାବନୀ ଦେଇ କହିଛନ୍ତି।
ହ୍ବାଇଟ୍ ହାଉସ୍ରେ ‘ବିବିସି ନିଉଜ୍’ ଉସ୍ଥାପକ ସ୍କଟ୍ ପିଲେଙ୍କ ସହିତ ସାକ୍ଷାତ୍କାର ବେଳେ ବାଇଡେନ୍ କହିଛନ୍ତି, ରାସାୟନିକ କି, ଆଣବିକ ଅସ୍ତ୍ର ପ୍ରୟୋଗ କରନାହିଁ, କରନାହିଁ, କରନାହିଁ। ଏମିତି ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ଯୁଦ୍ଧର ରୂପ ବଦଳିଯିବ। ଉକ୍ତ ସାକ୍ଷାତ୍କାର ଆଜି ପ୍ରସାରଣ କରାଯିବ।
Image Courtesy of News18ଯଦି ପୁଟିନ୍ ଚରମ ଅସ୍ତ୍ର ପ୍ରୟୋଗ କରନ୍ତି ପରିଣାମ କ’ଣ ହେବ ବୋଲି ପିଲେ ପଚାରିବା କ୍ଷଣି ବାଇଡେନ୍ ଉପରୋକ୍ତ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ।
ବାଇଡେନ୍ କହିଲେ, ବୋଧହୁଏ ଆପଣଙ୍କର ମନେହେଉଛି, କ’ଣ ଘଟିବ ତାହା ମୁଁ ଠିକ୍ରୂପେ ଜାଣେ ଓ ଆପଣଙ୍କୁ ସେ କଥା କହିପକାଇବି। ମୁଁ ସେ କଥା କହିବି ନାହିଁ। ତାହା କୁପ୍ରଭାବର କାରଣ ହେବ। ପ୍ରଭାବ ଏମିତି ଅପ୍ରତ୍ୟାଶିତ ହେବ, ଯାହା ଦୁନିଆରେ କେବେ ଘଟିନାହିଁ। ସେମାନଙ୍କ କାର୍ଯ୍ୟ ଉପରେ ପରିଣାମ ନିର୍ଭରଶୀଳ।
ଆଜିର ’୬୦ ମିନିଟସ୍’ କାର୍ଯ୍ୟକ୍ରମ ପାଇଁ ପିଲେ ବାଇଡେନ୍ଙ୍କୁ ୟୁକ୍ରେନ୍ ଯୁଦ୍ଧ ବ୍ୟତୀତ ଅର୍ଥନୀତି ଏବଂ ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ। ୟୁକ୍ରେନ୍ ସେନା ପାଇଁ ବାଇଡେନ୍ ପ୍ରଶାସନ ୬୦୦ ନିୟୁତ ଡଲାର୍ ସହାୟତା ଘୋଷଣା କରିଛି।
Follow Us