ଆରିଜୋନାରୁ ଜିତିଲେ ବାଇଡେନ୍‌ ଦୀର୍ଘ ୨୪ ବର୍ଷର ରେକର୍ଡ ଭାଙ୍ଗିଲେ

Advertisment
ବାଇଡେନ ଜଣେ ଦୁର୍ବଳ ରାଷ୍ଟ୍ରପତି, ଚୀନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିପାରନ୍ତି : ଚୀନ ବିଶେଷଜ୍ଞ

News18.com

ୱାସିଂଟନ୍‌: ଆରିଜୋନାରୁ ଜିତିଛନ୍ତି ‌ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌। ଦୀର୍ଘ ୨୪ ବର୍ଷ ପରେ ଆରିଜୋନା ଜଣେ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବାଛିଛି। ୭.୨୭୯ ନିୟୁତ ଜନସଂଖ୍ୟା ସହ ଆରିଜୋନାରେ ୧୧ ଇଲେକ୍ଟୋରାଲ୍‌ ଭୋଟ୍‌ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଆରିଜୋନାରେ ପରାଜିତ କରିବା ବାଇଡେନ୍‌ଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ୧୯୯୬ ପରେ ବାଇଡେନ୍‌ ପ୍ରଥମ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆରିଜୋନାରୁ ଜିତିଛନ୍ତି। ୨୦୧୬ରେ ଟ୍ରମ୍ପ୍‌ ଆରିଜୋନାରେ ୩.୫ ପ୍ରତିଶତ ପଏଣ୍ଟ୍‌ ଅଧିକ ଭୋଟ୍‌ ପାଇ ଆା‌ରିଜୋନାରୁ ଜିତିଥିଲେ। ତେବେ ବିଲ୍‌ କ୍ଲିଣ୍ଟନ୍‌ ଶେ‌ଷ ଡେମୋକ୍ରାଟ୍‌ ଭାବେ ଆରିଜୋନାରେ ନିର୍ବାଚନ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe