ଘରେ ଓ ବାହାରେ ମାସ୍କ ପିନ୍ଧିବା ପାଇଁ ବାଇଡେନ୍‌ଙ୍କ ପରାମର୍ଶ

Advertisment
ଘରେ ଓ ବାହାରେ ମାସ୍କ ପିନ୍ଧିବା ପାଇଁ ବାଇଡେନ୍‌ଙ୍କ ପରାମର୍ଶ

us news.com

ୱାସିଂଟନ: କରୋନା ଭୂତାଣୁର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ୍‌ ଦେଶକୁ ଆସିବା ଓ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଅଛି ବୋଲି ପ୍ରଶାସନ ଚେତାବନୀ ଦେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶବାସୀଙ୍କୁ ଘରେ ଓ ବାହାରେ ସର୍ବତ୍ର ମାସ୍କ ପରିଧାନ କରିବାକୁ ନିବେଦନ କରିଛନ୍ତି।

ମଙ୍ଗଳବାର ବାଇଡେନ୍ କହିଛନ୍ତି- ଆଜି ନ ହେଲେ କାଲି ଆମକୁ ଏହି ପ୍ରଜାତିର ସମ୍ମୁଖୀନ ହେବାକୁ ପଡ଼ିବ। ଦେଣୁ ଦେଶବାସୀଙ୍କୁ ମୋର ଅନୁରୋଧ, ଆପଣମାନେ ଘରେ ଥାନ୍ତୁ ବା ବାହାରେ ସର୍ବସାଧାରଣ ସ୍ଥାନରେ, ସର୍ବତ୍ର ମାସ୍କ ପରିଧାନ କରନ୍ତୁ ଏବଂ ସମସ୍ତ କୋଭିଡ୍‌ ନିୟମ ପାଳନ କରନ୍ତୁ। ରାଷ୍ଟ୍ରପତିଙ୍କ ଏଭଳି ଆବେଦନ ସହ ଦେଶବ୍ୟାପୀ କୋଭିଡ୍‌ ସତର୍କତା ପଦକ୍ଷେପ କଡ଼ାକଡ଼ି କରାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଯାଞ୍ଚ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe