ବାଇଡେନ କାଶିବା ପରେ କରମର୍ଦ୍ଦନ କଲେ: ଟ୍ବିଟରରେ ଚିନ୍ତାପ୍ରକଟ

Advertisment
ବାଇଡେନ କାଶିବା ପରେ କରମର୍ଦ୍ଦନ କଲେ: ଟ୍ବିଟରରେ ଚିନ୍ତାପ୍ରକଟ

ୱାସିଂଟନ : ସପ୍ତାହକ ତଳେ ଚିପ୍ସ ବିଲ୍ ପାସ୍ ହେବା ଅବସରରେ ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍ ହାଉସ୍‌ରେ ଉଦ୍‌ବୋଧନ ଦେଉଥିଲେ। ଭାଷଣର ଆରମ୍ଭରୁ ଶେଷ ଯାଏ ସେ ବାରମ୍ବାର କାଶିବା ଦେଖାଯାଉଥିଲା। କିନ୍ତୁ ମୁହଁରେ ହାତ ଦେଇ କାଶିବା ପରେ ବିଲ୍‌ରେ ଦସ୍ତଖତ କରିବା ଏବଂ ଅନ୍ୟ ସାଂସଦଙ୍କ ସହ କରମର୍ଦ୍ଦନ କରିବା ବି ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଟ୍ବିଟର ବ୍ୟବହାରକାରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଘଟଣା ଘଟିଥିଲା ରାଷ୍ଟ୍ରପତି ବାଇଡେନ୍ କୋଭିଡ୍ ନେଗେଟିଭ୍ ପରୀକ୍ଷିତ ହେବାର ପ୍ରାୟ ଏକ ସପ୍ତାହ ପରେ। ବାଇଡେନ କାଶିବା ପରେ ରୋଗଜୀବାଣୁ-ଯୁକ୍ତ ହାତରେ ଏକ ସ୍ବାସ୍ଥ୍ୟ ବିଲ୍‌ରେ ସ୍ବାକ୍ଷର କରିବା ଓ ତା’ପରେ ସେହି ହାତରେ ସାଂସଦମାନଙ୍କ ସହ କରମର୍ଦ୍ଦନ କରିବା ଦ୍ବାରା ସେମାନଙ୍କୁ ରୋଗ ସଂକ୍ରମଣ ହେବାର ଆଶଙ୍କା ଅଛି। ସେ ଯେତେଥର ଟିକା ନିଅନ୍ତୁ ଓ ଯେତେ କୋଭିଡ୍ ନେଗେଟିଭ୍ ବୋଲି ପ୍ରମାଣିତ ହୁଅନ୍ତୁ ନା କାହିଁକି କାଶିବାରୁ ଜଣାପଡ଼ୁଛି ଯେ ସେ ଅସୁସ୍ଥ। ସେହି ଅବସ୍ଥାରେ କରମର୍ଦ୍ଦନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅନେକ ଟ୍ବିଟର ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe