ବାଇଡେନ୍‌ଙ୍କ କ୍ଷମତା ସଙ୍କୁଚିତ: ରିପବ୍ଲିକାନଙ୍କ ସଂଖ୍ୟାଗରିଷ୍ଠତା ହାସଲ, ବିଭାଜିତ ସରକାର ପାଇଁ ବାଟ ସଫା

Advertisment
ବାଇଡେନ୍‌ଙ୍କ କ୍ଷମତା ସଙ୍କୁଚିତ: ରିପବ୍ଲିକାନଙ୍କ ସଂଖ୍ୟାଗରିଷ୍ଠତା ହାସଲ, ବିଭାଜିତ ସରକାର ପାଇଁ ବାଟ ସଫା

ୱାସିଂଟନ: ଆମେରିକା ପ୍ରତିନିଧି ସଭାରେ ରିପବ୍ଲିକାନମାନେ ସଂଖ୍ୟାଗରି‌ଷ୍ଠତା ହାସଲ କରିଥିବା ବୁଧବାର ଘୋଷଣା କରାଯାଇଛି। କିନ୍ତୁ ସିନେଟ‌ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ୍ ଦଳର ପ୍ରାଧାନ୍ୟ ଅଛି। ତେଣୁ ଆସନ୍ତା ଦୁଇବର୍ଷ ପାଇଁ ବିଭାଜିତ ସରକାର ହେବାର ବାଟ ସଫା ହୋଇଯାଇଛି। ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରିପବ୍ଲିକାନମାନଙ୍କର ଏହି ବିଜୟ ସେମାନଙ୍କୁ ବାଇଡେନଙ୍କ ଏଜେଣ୍ଡାରେ ଦୁଇବର୍ଷ ଶାସନ କରିବାକୁ କ୍ଷମତା ପ୍ରଦାନ କରିଛି। ବାଇଡେନଙ୍କ ପ୍ରଶାସନ ବିରୋଧରେ ତଦନ୍ତ ପାଇଁ ମଧ୍ୟ ସେମାନେ ଆଦେଶ ଦେଇପାରିବେ ଯାହା ବାଇଡେନଙ୍କ ସରକାର ତଥା ତାଙ୍କ ଦଳର ଭାବମୂର୍ତ୍ତିରେ ବ୍ୟାପକ କ୍ଷତି କରିପାରିବ। ତେବେ ରିପବ୍ଲିକାନଙ୍କ ସପକ୍ଷରେ ‘ରେଡ୍‌ ୱେଭ୍’ର ଯେଉଁ ପୂର୍ବାନୁମାନ କରାଯାଉଥିଲା ତାହା ଦେଖାଯାଇ ନାହିଁ।

ସପ୍ତାହେ କାଳ ଭୋଟ ଗଣତି ପରେ ଏଡିସନ ରିସର୍ଚ୍ଚ ସୂଚନା ଦେଇଛି ଯେ ରିପବ୍ଲିକାନମାନେ ୨୧୮ ଆସନରେ ଜିତିଛନ୍ତି। ୪୩୫ ଆସନବିଶିଷ୍ଟ ଲୋକସଭା ଉପରେ ନିୟନ୍ତ୍ରଣ ହାସଲ ପାଇଁ ଏତିକି ଯଥେଷ୍ଟ। ଏହାଦ୍ବାରା ବାଇଡେନଙ୍କ କ୍ଷମତା ସଂକୁଚିତ ହୋଇଛି। ଆଗକୁ ୨୦୨୪ ରାଷ୍ଟ୍ରପତି ଦୌଡ଼ ଉପରେ ସମସ୍ତଙ୍କର ନଜର ରହିଛି ଏବଂ ଗତକାଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପୁଣି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe