ବାଇଡେନ୍‌ଙ୍କ ପ୍ରତିଶ୍ରୁତି: ନିର୍ବାଚନ ଜିତିଲେ ଏଚ୍‌-୧ବି ଭିସା କଟକଣା ପ୍ରତ୍ୟାହାର

ବାଇଡେନ୍‌ଙ୍କ ପ୍ରତିଶ୍ରୁତି: ନିର୍ବାଚନ ଜିତିଲେ ଏଚ୍‌-୧ବି ଭିସା କଟକଣା ପ୍ରତ୍ୟାହାର

The Hindu

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଥିବା ଡେ‌ମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇ‌ଡେନ୍‌ ଭାରତୀୟଙ୍କୁ ସୁହାଇବା ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ଦୃଢ଼ ପ୍ରତିଶ୍ରୁତି ଦେଇ ବାଇଡେନ୍‌ କହିଛନ୍ତି, ଯଦି ସେ ଆସନ୍ତା ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ଅସ୍ଥାୟୀ ଭାବେ ବାତିଲ ହୋଇଥିବା ଏଚ୍‌-୧ବି ଭିସା କଟକଣାକୁ ସେ ପ୍ରତ୍ୟାହାର କରିନେ‌ବେ। ଆମେରିକା ନିଯୁକ୍ତି ବଜାର ଉପରେ ନଜର ରଖିଥିବା ଭାରତୀୟ ଆଇଟି ପ୍ରଫେସନାଲ୍‌ଙ୍କୁ ଗତ ଜୁନ୍‌ ୨୩ ତାରିଖରେ ଶକ୍ତ ଝଟ୍‌କା ଲାଗିଥିଲା। ଟ୍ରମ୍ପ୍‌ ଆଗାମୀ ୨୦୨୦ ଶେଷ ସୁଦ୍ଧା ଏଚ୍‌-ୱାନ୍‌ବି ଭିସା ସମେତ ଅନ୍ୟ ସମସ୍ତ ବିଦେଶୀ ଭିସାଗୁଡ଼ିକୁ ବାତିଲ କରିଦେଇଥିଲେ। ତେବେ ବାଇଡେନ୍‌ ଏହି ଏଚ୍‌-୧ବି ଭିସା କଟକଣା ପ୍ରତ୍ୟାହାର କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ବୈଠକରେ ଯୋଗ ଦେଇ ବାଇଡେନ୍‌ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ୍‌ ଚଳିତ ବର୍ଷର ଅବଶି‌ଷ୍ଟ ଦିନଗୁଡ଼ିକ ପାଇଁ ଏଚ୍‌-୧ବି ଭିସା ବାତିଲ କରିଦେଲେ। କିନ୍ତୁ ‌ମୋ ପ୍ରଶାସନ‌ରେ ସେମିତି ହେବନାହିଁ। ବାଇଡେନ୍‌ କହିଛନ୍ତି ତାଙ୍କ ଆପ୍ରବାସ ନୀତି ପରିବାରଗୁଡ଼ିକୁ ଏକାଠି ରଖିବା ଭଳି ପ୍ରଣୟନ ହେବ। ଟ୍ରମ୍ପ୍‌ଙ୍କ ଆପ୍ରବାସ ନୀତି ଅତ୍ୟନ୍ତ କଠୋର ବୋଲି ବାଇଡେନ୍‌ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe