Image Courtesy of Hindustan Times
ଵାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍ଙ୍କ ସରଳ ତଥା ସାଧାରଣ ନିର୍ବାଚନ ପ୍ରଚାର ତାଙ୍କୁ ଯେପରି ବିଜୟୀ କରାଇଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସାମ୍ପ୍ରତିକ ସମୟରେ ତାଙ୍କର ପ୍ରଚାର ଶୈଳୀ ସେପରି କିଛି ପ୍ରେରଣାଦାୟକ ନଥିଲା କି ସେଭଳି ସବୁଠୁ ସ୍ଫୂର୍ତ୍ତିଶୀଳ କି ସାହସିକ ନଥିଲା। ଏପରିକି ତାହା ପ୍ରାକ୍ତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପ୍ରଚାର ପରି ଯୁବ ଆନ୍ଦୋଳନ ନଥିଲା କି ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ପ୍ରଚାର ପରି ବ୍ୟକ୍ତିତ୍ବ ବିଜଡ଼ିତ ନଥିଲା। ସେହିପରି ବାଇଡେନ୍ଙ୍କ ସମର୍ଥକମାନେ ଦେହରେ ତାଙ୍କର ଗଭୀର ଟାଟୁ କରି ବୁଲୁନଥିଲେ କି କାନ୍ଥବାଡ଼ରେ ଗାଢ଼ ରଙ୍ଗର ପ୍ରାଚୀରଚିତ୍ର ଆଙ୍କିନଥିଲେ; ଏପରିକି ତାଙ୍କ ସମ୍ମାନାର୍ଥେ କୌଣସି ନୌଶୋଭାଯାତ୍ରା କରିନଥିଲେ। ଅପରପକ୍ଷେ, ବାଇଡେନ୍ ନିଜକୁ ଜଣେ ପରିବର୍ତ୍ତନର ବାର୍ତ୍ତାବହ ଭାବରେ ଉପସ୍ଥାପିତ କରିବା ବଦଳରେ ଅତି ନମ୍ର-ଭଦ୍ର ସାଦାସିଧା ପାରମ୍ପରିକ ଢଙ୍ଗରେ ନିଜର ଉପସ୍ଥିତିକୁ ଜାହିର କରିଥିଲେ। ପରିଶେଷରେ ବାଇଡେନ୍ ଯାହା ଆଶା କରିଥିଲେ, ମତଦାତାମାନେ ତାହା କରି ଦେଖାଇଲେ। ସେମାନେ ପ୍ରତିଦ୍ବନ୍ଦ୍ବୀ ଟ୍ରମ୍ପ୍ଙ୍କୁ ଅସ୍ବୀକାର ନ କଲେ ବି ବାଇଡେନ୍ଙ୍କ ଡୋମୋକ୍ରାଟିକ୍ ଦଳକୁ ଟିକେ ଅଧିକ ଗୁରୁତ୍ବ ଦେଇଛନ୍ତି।
ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଆମେରିକୀୟମାନେ ବାଇଡେନ୍ଙ୍କୁ ତୃତୀୟ ବ୍ୟକ୍ତିତ୍ବ ଭାବେ ଜଣେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଗୋଟିଏ ମାତ୍ର ଶାସନ କାଳ ପରେ ହରାଇବାର ସୌଭାଗ୍ୟ ଅର୍ପଣ କରିଛନ୍ତି। ଅନ୍ୟାନ୍ୟ ପ୍ରସଙ୍ଗ ଅପେକ୍ଷା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଅନିଶ୍ଚିତ ଆଚରଣ ଓ ମହାମାରୀ କୋଭିଡ୍-୧୯ର କୁପରିଚାଳନାକୁ ପାଥେୟ କରି ବାଇଡେନ୍ ଏପରି ବିଜୟ ସାଉଁଟିଥିଲେ। ତାଙ୍କ ଦଳୀୟ କର୍ମକର୍ତ୍ତାମାନେ ବିକ୍ଷିପ୍ତ ଭାବେ ବିଭିନ୍ନ ରାଜ୍ୟକୁ ନିଜର ନିର୍ବାଚନୀ ନିଶାଣ କରିବାକୁ ବାଧ୍ୟ କରିଥିବା ବେଳେ ବାଇଡେନ୍ କେନ୍ଦ୍ରୀୟ ଗ୍ରେଟ୍ ଲେକ୍ ରାଜ୍ୟଗୁଡ଼ିକୁ ନଜରରେ ରଖିଥିଲେ। ସେହିପରି ଭୋଟରଙ୍କ ମନରେ ଓଭାଲ୍ ଅଫିସ୍(ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟସ୍ଥଳୀ)ରେ ଟ୍ରମ୍ପ୍ଙ୍କ ଉପସ୍ଥିତିର ପ୍ରଭାବ ସର୍ବାଧିକ ରହିବ ବୋଲି ବାଇଡେନ୍ ଧରିନେଇଥିଲେ। ତେଣୁ ବିଶୃଙ୍ଖଳ ରାଷ୍ଟ୍ରପତିଙ୍କ ପ୍ରତି ମତଦାନକୁ ସାମାନ୍ୟ ଉପରତଳ କରିଦେଲେ ସେ ନିଶ୍ଚୟ ଜିତିବେ ବୋଲି ରହିଥିବା ବାଇଡେନ୍ଙ୍କ ଧାରଣା ମଧ୍ୟ ସତ ହେଲା। ତାଙ୍କର ପୁରୁଣା ବା ଅପ୍ରଚଳିତ ଶବ୍ଦରାଜି, ବର୍ଣ୍ଣନା ଶୈଳୀ ସାଙ୍ଗକୁ ବାସନ୍ଦପ୍ରାୟ ରହୁଥିବା ସିନେଟରଙ୍କ ପ୍ରତି ଅହେତୁକ ଆଗ୍ରହ ହିଁ ବାଇଡେନ୍ଙ୍କୁ ସ୍ଥାନୀୟ ଭୋଟରଙ୍କ ହୃଦୟରେ ଜାଗା ମାଡ଼ିବାକୁ ବାଧ୍ୟ କରିଥିଲା। ଆଧୁନିକ ଇତିହାସରେ ତାଙ୍କ ନିର୍ବାଚନ ପ୍ରଚାର ସତେ ଯେପରି ପରାମର୍ଶବିହୀନ ସ୍ବତଃପ୍ରବୃତ୍ତ ହୋଇଥିଲା। ଅପରପକ୍ଷେ, ମହାମାରୀ କୋଭିଡ୍-୧୯ର ଭୟାବହତାକୁ ହେୟ ମନେକରୁଥିବା ଟ୍ରମ୍ପ୍ ନିଜ ରାଜ୍ୟକୁ ଲକ୍ଡାଉନ୍ କରିଥିବା ହ୍ବିଟ୍ମୋରଙ୍କ ପରି ରାଜ୍ୟପାଳଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖିବା କାରଣ ହିଁ ବାଇଡେନ୍ଙ୍କୁ ଜଣେ ବିକଳ୍ପ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ଖୋରାକ ଯୋଗାଇଥିଲା। ସେହିପରି ବର୍ଣ୍ଣବୈଷମ୍ୟ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ନ୍ୟାୟ ପାଇବା ପାଇଁ ଆଟଲାଣ୍ଟାରେ ବିଦ୍ରୋହ ଦେଖାଦେଇଥିବା ବେଳେ ବାଇଡେନ୍ ସେଠାରେ ପହଞ୍ଚି ସ୍ଥାନୀୟ ମେୟରଙ୍କୁ ସମର୍ଥନ କରିଥିଲେ। ତେବେ ସର୍ବୋପରି ବାଇଡେନ୍ଙ୍କ ଡେମୋକ୍ରାଟିକ୍ ଦଳର ଶୃଙ୍କଳିତ ଏକତା ହିଁ ତାଙ୍କ ଜୟଯାତ୍ରାକୁ ସୁଗମ କରାଇଥିଲା।
Follow Us