ଲାଲ୍‌କିଲ୍ଲାରୁ ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା: ୫ ବର୍ଷ ମଧ୍ୟରେ ମେଡିକାଲ କଲେଜରେ ୭୫ ହଜାର ସିଟ୍ ବୃଦ୍ଧି ହେବ

Advertisment
ଲାଲ୍‌କିଲ୍ଲାରୁ ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା: ୫ ବର୍ଷ ମଧ୍ୟରେ ମେଡିକାଲ କଲେଜରେ ୭୫ ହଜାର ସିଟ୍ ବୃଦ୍ଧି ହେବ

ନୂଆଦିଲ୍ଲୀ: ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶର ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନେ ଡାକ୍ତରୀ ପାଠ୍ୟକ୍ରମ ଅଧ୍ୟୟନ ପାଇଁ ବିଦେଶ ଯାଉଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଆମେ ମେଡିକାଲ ସିଟ୍ ସଂଖ୍ୟାକୁ ୧ ଲକ୍ଷକୁ ବୃଦ୍ଧି କରିଛୁ। ଛାତ୍ରଛାଚ୍ରୀମାନଙ୍କୁ ବିଭିନ୍ନ ଦେଶକୁ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ପ୍ରାୟ ୨୫ ହଜାର ଯୁବବର୍ଗ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଯାଉଛନ୍ତି। ବେଳେବେଳେ ଯେତେବେଳେ ମୁଁ ଏହା ବିଷୟରେ ଚିନ୍ତା କରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି।

ତେଣୁ ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ କଲେଜଗୁଡ଼ିକରେ ୭୫ ହଜାର ନୂତନ ସିଟ୍ ସୃଷ୍ଟି ହେବ। ବଜେଟ୍ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ମଧ୍ୟ ବଜେଟରେ ଇଣ୍ଟର୍ନସିପ୍ ଉପରେ ଗୁରୁତ୍ୱ ଦେଇଛୁ। ଯାହା ଦ୍ବାରା ଆମର ଯୁବବର୍ଗମାନେ ଅଭିଜ୍ଞତା ହାସଲ କରି ପାରିବେ।

ମୋଦି କହିଛନ୍ତି, ସମ୍ପ୍ରତି ବିଶ୍ୱରେ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଦକ୍ଷତା ବିକାଶର ଗୁରୁତ୍ୱ ବୃଦ୍ଧି ପାଇଛି। ତେଣୁ ଆମେ ଏହା ଉପରେ ଧ୍ୟାନ ଦେଉଛୁ। ଆମେ ଦେଶର ଯୁବବର୍ଗମାନଙ୍କୁ କୁଶଳୀ କରିବାକୁ ଚାହୁଁଛୁ। ଦେଶର ଯୁବକମାନେ ବିଶ୍ୱ ନିଯୁକ୍ତି ବଜାରରେ ନିଜର ଉପସ୍ଥିତି ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି। ଆମେ ଗବେଷଣା ଉପରେ ଗୁରୁତ୍ବାରୋପ କରି ଏକ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ବଜେଟ‌ରେ ନିଷ୍ପତ୍ତି ନେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe