ପ୍ୟାରିସ୍: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (ସିଏଏସ୍) ଖାରଜ କରିଛନ୍ତି। ଅର୍ଥାତ ବର୍ତ୍ତମାନ ସେ ଆଉ ରୌପ୍ୟ ପଦକ ପାଇବେ ନାହିଁ।
ଫାଇନାଲ୍ ମ୍ୟାଚ୍ ଦିନ ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ୫୦ କିଲୋଗ୍ରାମଠାରୁ ୧୦୦ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା, ଯାହା ଅଗଷ୍ଟ ୧୬ରେ ଘୋଷଣା କରାଯିବାର ଥିଲା, କିନ୍ତୁ ଏହା ପୂର୍ବରୁ ସିଏଏସ୍ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ପି.ଟି ଉଷା ମଧ୍ୟ ଏହି ନିଷ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଗଷ୍ଟ ୭ ରେ ଭିନେଶଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା ଏବଂ ସିଏଏସ୍ ଏହି ଦାବିକୁ ଗ୍ରହଣ କରିଥିଲେ।
ଅଗଷ୍ଟ ୯ ରେ ଏହି ମାମଲାର ଶୁଣାଣି ହୋଇଥିଲା ଯେଉଁଥିରେ ଭିନେଶଙ୍କ ପାଇଁ ଚାରିଜଣ ଆଇନଜୀବୀ ପ୍ରତିନିଧିତ୍ୱ କରିଥିଲେ ଏବଂ ଭାରତର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ବିଦୁଷ୍ପତ ସିଙ୍ଘାନିଆଙ୍କୁ ମଧ୍ୟ ସହାୟତା ପାଇଁ ପଠାଯାଇଥିଲା।
ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲୁଡବ୍ଲୁ) ଏହା ସ୍ପଷ୍ଟ କରିସାରିଥିଲେ ଯେ ଭିନେଶ ଫୋଗାଟ କିମ୍ବା କୌଣସି ଆଥଲେଟଙ୍କ ନିୟମକୁ ଅଣଦେଖା କରିବା ସପକ୍ଷରେ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଥୋମାସ୍ ବାଚ୍ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ।
ସମଗ୍ର ଭାରତ ଆଶା କରୁଥିଲା ଯେ ଭିନେଶ ରୌପ୍ୟ ପଦକ ପାଇବେ। କିନ୍ତୁ ଆବେଦନକୁ ଖାରଜ ହେବା ଦ୍ବାରା ସମଗ୍ର ଦେଶର ଆଶାକୁ ଏକ ବଡ଼ ଝଟ୍କା ମିଳିଛି।
Follow Us