ବିଗ୍ ବସ୍ ୧୮ର ମଞ୍ଚରେ ସଲମନଙ୍କ ସହ ନାଚିଲେ ରବିନା ଓ ରାଶା

ଫିଲ୍ମ 'ଆଜାଦ' ର ମୁଖ୍ୟ କଳାକାର ଅମନ୍ ଦେବଗନ୍ ଏବଂ ରାଶା ଥାଡାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ବିଗ୍ ବସ୍ ୧୮ର ମଞ୍ଚରେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ନଜର ଆସିଛନ୍ତି ।

big boss

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ମାତ୍ର ବିବାଦୀୟ ସୋ 'ବିଗ୍ ବସ୍'କୁ ଚର୍ଚ୍ଚିତ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି ନିର୍ମାତା । ସେହିପରି ଏବେ କିଛି ଝଲକ ଦେଖିବାକୁ ମିଳିଛି । ବର୍ତ୍ତମାନ ବିଗ୍ ବସ୍ ୧୮ର ଫାଇନାଲ୍ ପାଖେଇ ଆସୁଛି  ଏବଂ ଏହା ପୂର୍ବରୁ ଶୋ ରେ ନୂଆ ନୂଆ ଅତିଥିଙ୍କ ପ୍ରବେଶ ଦେଖିବାକୁ ମିଳୁଛି । ସଲମାନ ଖାନଙ୍କ ଶୋ' ୱିକେଣ୍ଡ କା ବାର୍ର ନୂଆ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଫିଲ୍ମ 'ଆଜାଦ' ର ମୁଖ୍ୟ କଳାକାର ଅମନ୍ ଦେବଗନ୍ ଏବଂ ରାଶା ଥାଡାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ବିଗ୍ ବସ୍ ୧୮ର ମଞ୍ଚରେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ନଜର ଆସିଛନ୍ତି ।

ୱିକେଣ୍ଡ କା ବାର୍ ପ୍ରମୋରେ ସଲମାନ ଖାନ ରାଶା ଥାଡାନୀ ଏବଂ ଅମନ୍ ଦେବଗାନଙ୍କୁ ମଞ୍ଚରେ ସ୍ୱାଗତ କରିଛନ୍ତି । ସଲମାନ କହିଛନ୍ତି , ''ବିଶ୍ୱାସ କରିବା କଷ୍ଟକର ଯେ ତୁମେ ହିରୋ ଏବଂ ହିରୋଇନ୍ ହୋଇଗଲଣି ଏବଂ ମୁଁ ଯେଉଁଠି ସେଇଠି ରହିଛି ।'' ଏହା ପରେ ସଲମାନ ଖାନ ରାଶାଙ୍କୁ କହିଥିଲେ, “ମୁଁ  ତୁମ ବଡ଼ ଭଉଣୀକୁ ଡାକୁଛି” । ସଲମାନ ରାଶାଙ୍କ ମା' ରବିନା ଟଣ୍ଡନଙ୍କୁ ତାଙ୍କ ଭଉଣୀ ବୋଲି ଡାକି ଅଭିନେତ୍ରୀଙ୍କୁ ସ୍ୱାଗତ କରିଥିଲେ । 

ଅଭିନେତା ଅମନ୍ ଦେବଗନ୍ ସଲମାନ ଖାନଙ୍କୁ ବିଗ୍ ବସ୍ ୧୮ର ମଞ୍ଚରେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଆଜାଦ'ର  ଫିରଙ୍ଗେ ଗୀତର ଷ୍ଟେପ୍ ଶିଖାଉଥିବା ନଜର ଆସିଥିଲେ । ଏହାପରେ ରାଶା ଏବଂ ଅମନ୍ ସଲମାନଙ୍କ ସହିତ ଖେଳ ଖେଳିଥିଲେ । ଏହି ଅବସରରେ ସଲମାନ ଅଭିନେତ୍ରୀ ରବିନାଙ୍କ ସହ 'ପ୍ୟାର ଦୀଲୋକା ମେଳା ହେଁ' ରେ ଖୁବ ନାଚିଥିଲେ । ଏହାବ୍ୟତୀତ ସମସ୍ତ କଳାକାର 'ଜିନେ କେ ହେ ଚାର ଦିନ୍' ଗୀତରେ ମଞ୍ଚରେ ଏକାଠି ନାଚିଥିଲେ ।
ରିପୋର୍ଟ ଅନୁଯାୟୀ, 'ବିଗ୍ ବସ୍ ୧୮' ର ଗ୍ରାଣ୍ଡ ଫାଇନାଲ୍ ଜାନୁୟାରୀ ୧୯, ୨୦୨୫ ରେ ପ୍ରସାରିତ ହେବ । ଫାଇନାଲ୍ ଏପିସୋଡ୍ ରାତି ୯ ଟାରୁ ଆରମ୍ଭ ହୋଇ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । 'ବିଗ୍ ବସ୍ ୧୮ ' ର ବିଜେତା ହେବାକୁ ଥିବା ପ୍ରତିଯୋଗୀ ଟ୍ରଫି ସହିତ ୫୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ପାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe