ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି; ସୁରକ୍ଷା ଦାୟିତ୍ବରେ ଥିବା ୧୫ ପୁଲିସ କର୍ମଚାରୀ ଅନୁପସ୍ଥିତ

Advertisment
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି; ସୁରକ୍ଷା ଦାୟିତ୍ବରେ ଥିବା ୧୫ ପୁଲିସ କର୍ମଚାରୀ ଅନୁପସ୍ଥିତ

ନୂଆଦିଲ୍ଲୀ: ଶନିବାର ଦିନ ଗ୍ରେଟର୍‌ ନଏଡ଼ାର ‘ଇଣ୍ଡିଆ ଏକ୍‌ସ୍‌ପୋ ମାର୍ଟ’ର ‘ଜଳ ସପ୍ତାହ କାର୍ଯ୍ୟକ୍ରମ’ର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି।

ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ବରେ ମୁତୟନ କରାଯାଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ସେତେବେଳେ ୧୫ଜଣ ଅନୁପସ୍ଥିତ ଥିବା କଥା ଗ୍ରେଟର୍‌ ନଏଡ଼ାର ‘ଡିସିପି’ ଅଭିଷେକ ବର୍ମାଙ୍କ ତଦନ୍ତରୁ ଜଣାପଡ଼ିଛି।

ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରାଯାଇଥିବା ପୁଲିସ କର୍ମଚାରୀଙ୍କ ଉପରେ ତଦନ୍ତ କରାଯିବା ପରେ ଜଣାପଡ଼ିଛି ଯେ, ୨ଜଣ ଥାନା ଅଧିକାରୀ, ‘ଆଇଟି ସେଲ୍‌’ରେ ନିଯୁକ୍ତ ଜଣେ ଇନ୍‌ପେକ୍ଟର୍‌, ଜଣେ ସବ୍‌-ଇନ୍‌ପେକ୍ଟର୍‌, ଜଣେ ମହିଳା ସବ୍‌-ଇନ୍‌ପେକ୍ଟର୍‌, ୬ଜଣ ହେଡ୍‌ କନେଷ୍ଟବଳ, ୪ଜଣ ମହିଳା କନେଷ୍ଟବଳ ଅନୁପସ୍ଥିତ ଥିଲେ।

publive-image Image Courtesy of Zee News

ପ୍ରାପ୍ତ ସୂଚନା ଅନୁସାରେ, ନିର୍ଦ୍ଧାରିତ ସମୟ ବହୁ ବିଳମ୍ବରେ ଉପରୋକ୍ତ ପୁଲିସ ଅଧିକାରୀମାନେ ଡିୟୁଟିରେ ପହଞ୍ଚିଥିଲେ। ସେ ସମସ୍ତଙ୍କର ଅନୁପସ୍ଥିତ ତାଲିକା ପଞ୍ଜିକୃତ ହୋଇଛି।

ଉପରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ଗ୍ରେଟର୍‌ ନଏଡ଼ା ପୁଲିସର ବରିଷ୍ଠ ଅଧିକାରୀମାନେ କଠୋର ସୁରକ୍ଷା ବ୍ୟବସ୍ଥା କରିଥିଲେ। ‘ଇଣ୍ଡିଆ ଏକ୍ସପୋ ମାର୍ଟ’ ଚତୁଃପାର୍ଶ୍ବରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସ୍ବୟଂ ଅତିରିକ୍ତ ‘ଡିସିପି’ ବିଶାଳ ପାଣ୍ଡେ ନିରାପତ୍ତା ବ୍ୟବସ୍ଥାର ତତ୍ତ୍ବାବଧାନ କରୁଥିଲେ। ଏହି ସମୟରେ ଉପରୋକ୍ତ ପୁଲିସ କର୍ମଚାରୀମାନେ ଅନୁପସ୍ଥିତ ଥିବା କଥା ସେ ଜାଣିପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe