ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ନେଲା ନୂଆ ମୋଡ଼: ମୁଖ୍ୟ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କର ବିବାହ ହୋଇଥିଲା

Advertisment
ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା, ସ୍ୱାଧର ଗୃହରୁ ଘରକୁ ଫେରିଲେ ପୀଡିତା

beingninja.com

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଏକ ବିରାଟ ବଡ଼ ଖୁଲାସା ହୋଇଛି। ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଜାଣିବାକୁ ମିଳିଛି ଯେ ଉନ୍ନାଓ ପୀଡ଼ିତାଙ୍କର ମୁଖ୍ୟ ଅଭିଯୁକ୍ତଙ୍କ ସହ ବିବାହ ହୋଇଥିଲା।

ମୁଖ୍ୟ ଅଭିଯୁକ୍ତ ଶିବମ୍‌ ତ୍ରିବେଦୀ ୨୦୧୮ ମସିହା ଜାନୁଆରିରେ ବିବାହ ଚୁକ୍ତିରେ ସ୍ବାକ୍ଷର କରିଥିବା ବେଳେ ଡିସେମ୍ବର ମାସରେ ପୀଡ଼ିତାଙ୍କ ସହ ତାଙ୍କର ବିବାହ ସଂପନ୍ନ ହୋଇଥିଲା। ତା’ପୂର୍ବରୁ ଜାନୁଆରି ୧୫ ତାରିଖରେ ଏକ ମନ୍ଦିରରେ ଉଭୟ ଉଭୟଙ୍କୁ ବୈଦିକ ରୀତିରେ ମଧ୍ୟ ବିବାହ କରିଥିଲେ।

ପୀଡ଼ିତା ନିମ୍ନ ଜାତିର ହୋଇଥିବାରୁ ଶିବମ୍‌ଙ୍କ  ପରିବାର ଲୋକ ତାଙ୍କୁ ଘରକୁ ନେବାକୁ ଅରାଜି ହୋଇଥିଲେ। ଫଳରେ ପୀଡ଼ିତା ଓ ଶିବମଙ୍କ ଘର ଲୋକଙ୍କ ଭିତରେ ମନୋମାଳିନ୍ୟ ହୋଇଥିଲା। ରାଗରେ ଆସି ପୀଡ଼ିତା ଶିବମ୍‌ଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଶିବମ୍‌ କହିଛନ୍ତି ଯେ ବିବାହ ପରେ ଉଭୟ ଉଭୟଙ୍କ ସହ ସାଥୀ ହୋଇ ପତୀପତ୍ନୀଙ୍କ ପରି କିଛି ଦିନ ମଧ୍ୟ କାଟିଛନ୍ତି।

publive-image www.indiatoday.in

ପୀଡ଼ିତାଙ୍କ ପକ୍ଷର ଓକିଲ୍‌ ଏସ୍‌ଏନ୍‌ ମୌର୍ଯ୍ୟଙ୍କ କହିବା ମୁତାବକ, ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ିତା ଆଣିଥିବା ଅଭିଯୋଗକୁ ଉଠାଇ ନେବା ପାଇଁ ଅଭିଯୁକ୍ତ ବାରମ୍ବାର ଧମକ ଦେଉଥିଲେ। ଅଭିଯୁକ୍ତ ବାରମ୍ବାର ପୀଡ଼ିତାଙ୍କ ସହ ସାଲିସ୍‌ କରିବାକୁ କହୁଥିଲେ।

ଉଲ୍ଲେଖଯୋଗ୍ୟ, ଗଣଦୁଷ୍କର୍ମର ଅଭିଯୋଗ ଆଣିଥିବା ପୀଡ଼ିତା ଗୁରୁବାର ସକାଳରେ ରାଏବରେଲିର ଏକ ଅଦାଲତକୁ ଯିବା ବାଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ୪ ଜଣ ଦୁର୍ବୃତ୍ତ ପୀଡ଼ିତାଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀର୍ଘ ୪୦ ଘଣ୍ଟାର ଚିକିତ୍ସା ପରେ ସେ ଶେଷରେ ଆଖି ବୁଜି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe