ଉଦ୍ଧବଙ୍କୁ ଝଟକା : ଗୁରୁବାର ହେବ ଆସ୍ଥା ଭୋଟ, ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

Advertisment
କ’ଣ ଥିଲା ୧୯୯୮ ନରସିଂହ ରାଓ ମାମଲା: ସୁପ୍ରିମ୍‌କୋର୍ଟଙ୍କ ୫ ବଡ଼ ମନ୍ତବ୍ୟ

moneycontrol.com

ନୂଆଦିଲ୍ଲୀ : ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ । ଏ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉଦ୍ଧବ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ୩୯ ବିଧାୟକଙ୍କ ସମର୍ଥନ ଥିବାବେଳେ ଉଦ୍ଧବଙ୍କ ପାଖରେ ମାତ୍ର ୧୪ ଜଣଙ୍କ ସମର୍ଥନ ରହିଛି । ଏଣୁ ଆସନ୍ତାକାଲି ଉଦ୍ଧବ ସରକାରର ପତନ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ପାଇଁ ଏହା ଏକ ବରଦାନ ସଦୃଶ ହୋଇଛି ।

ମଙ୍ଗଳବାର ରାତିରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ଆସନ୍ତା ୩୦ ତାରିଖରେ ଆସ୍ଥାଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ଚିଫ ହ୍ବିପ୍ ( ଶାସକ ଦଳର ମୁଖ୍ୟ ସଚେତକ) ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଶିବସେନା ଓକିଲ ଡ. ଅଭିଷେକ ମନୁ ସିଂଘଭି ଆବେଦନ କରିଥିଲେ । କୋର୍ଟ ଏହାକୁ ଗ୍ରହଣ କରିବା ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ମାମଲାର ଶୁଣାଣି କରିଥିଲେ । ସୋଲିସିଟର ଜେନେରାଲ  ରାଜ୍ୟପାଳଙ୍କ ପକ୍ଷ ରଖିଥିଲେ । ଏକନାଥ ସିନ୍ଦେଙ୍କ ପକ୍ଷରୁ ବରିଷ୍ଠ ଓକିଲ ନିରଜ କିଷନ କୋଲ ଏହି ଶୁଣାଣି ବେଳେ ଉପସ୍ଥିତ ଥିଲେ।

ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ୨୨ ଜଣ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ପରେ ସେମାନଙ୍କ ସହ ଆଉ କିଛି ବିଦ୍ରୋହୀ ବିଧାୟକ ଯୋଗ ଦେବା ପରେ ମୋଟ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିଲା । ଏହା ପରେ ହିଁ ଶିବସେନା ସରକାର ସଂଖ୍ୟାଲଘୁ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe