ତ୍ରିଚିରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା: ଟ୍ରାକ୍‌ ଉପରେ ରଖାଯାଇଥିଲା ୨ଟି ଟ୍ରକ୍‌ ଟାୟାର

ତ୍ରିଚିରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା: ଟ୍ରାକ୍‌ ଉପରେ ରଖାଯାଇଥିଲା ୨ଟି ଟ୍ରକ୍‌ ଟାୟାର

ତ୍ରିଚି : ତାମିଲନାଡ଼ୁର ତ୍ରିଚି ଷ୍ଟେସନ୍‌ ନିକଟରେ ଆଜି ଏକ ବଡ଼ ରେଳ ଦୁର୍ଘଟଣା ଟିଳିଯାଇଛି। ରେଳ ଟ୍ରାକ୍‌ରେ କିଛି ଦୁର୍ବୃତ୍ତ ୨ଟି ଟ୍ରକ୍‌ ଟାୟାର ରଖିଦେଇଥିଲେ ଏବଂ ଟ୍ରେନ୍‌ ଇଂଜିନ ଏହା ଉପରେ ଚଢ଼ିଯାଇଥିଲା। କିନ୍ତୁ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନ୍‌ ରକ୍ଷା ପାଇଯାଇଛି। କନ୍ୟାକୁମାରୀ-ଚେନ୍ନାଇ ଏଗମୋର ଏକ୍ସପ୍ରେସ ଆଜି ତ୍ରିଚିଠାରୁ ୨୧ କିମି ଦୂରରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୁଲିସ ଅନୁଯାୟୀ ସୁପରଫାଷ୍ଟ ଟ୍ରେନ୍‌ଟି ଗତ ରାତି ପ୍ରାୟ ୧୨.୩୦ ସମୟରେ ତ୍ରିଚିରେ ପହଞ୍ଚିଥିଲା।

ଲୋକୋ ପାଇଲଟ ରଘୁରମଣ ଏବଂ ସହଯୋଗୀ ଲୋକୋ ପାଇଲଟ ବିନୋଦ ଟ୍ରେନ୍‌ ଚଲାଉଥିଲେ। ଟ୍ରେନ୍‌ଟି ଭଲଦି ଷ୍ଟେସନ୍‌ ଦେଇ ଗତି କରୁଥିବାବେଳେ ଲୋକୋ ପାଇଲଟ ଟ୍ରାକ୍‌ ଉପରେ ଏକ କଳା ବସ୍ତୁ କ’ଣ ପଡ଼ିଥିବା ଦେଖିଥିଲେ। ଏହାପରେ ସେ ଜାଣିଥିଲେ ଯେ ଏହା ହେଉଛି ୨ଟି ବଡ଼ ଟାୟାର। ଏହାପରେ ସେ ଟ୍ରେନ୍‌ର ଗତି କମାଇ ଦେଇଥିଲେ। କିନ୍ତୁ ଟ୍ରେନ୍‌ଟି ଟ୍ରାକ୍‌ ଉପରେ ଥିବା ଟାୟାର ଉପରେ ମାଡ଼ି ଯାଇଥିଲା। ଗୋଟିଏ ‌ଟାୟାର ଟ୍ରେନ୍‌ ଇଂଜିନରେ ଫସି ଯାଇଥିଲା। ଦୁର୍ଘଟଣା ଫଳରେ ଟ୍ରେନ୍‌କୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଯାଇଥିଲା। ଲୋକୋ ପାଇଲଟ ତୁରନ୍ତ ନିକଟସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ। ମରାମତି କାର୍ଯ୍ୟ ପରେ ଟ୍ରେନ୍‌ ଘଣ୍ଟାଏ ପରେ ଷ୍ଟେସନ ଛାଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe