ମୁମ୍ବାଇ : ବିଟ୍କଏନ ବା କ୍ରିପ୍ଟୋକରେନ୍ସି ( ଗୁପ୍ତ ମୁଦ୍ରାଭାବେ କିଣାବିକା ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାରର ସଫ୍ଟଓ୍ଵାର କୋର୍ଡ)ର ନିବେଶ କରିବା ଯେ ଏକ ଜୁଆ ତାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି । କିଛିଦିନ ତଳେ ଆମେ ପ୍ରକାଶ କରିଥିଲୁ, କିପରି ବଲିଉଡ୍ର ମହାନାୟକ ଏଥିରେ କରିଥିବା ନିବେଶ ଅଳ୍ପ ସମୟ ମଧ୍ୟରେ ପ୍ରାୟ ୭୦ ଗୁଣ ବଢିଯାଇଥିଲା । କିନ୍ତୁ ଏବେ ଖବର ଆସିଛି ଯେ ଉକ୍ତ ଧନ ଯେତେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା,ତାଠାରୁ ଅଧିକ ଦ୍ରୁତ ଗତିରେ କମିଯାଇଛି । ଗତ କିଛି ଦିନ ଧରି ବିଟ୍ କଏନ ମୂଲ୍ୟରେ ଅଭୁତପୂର୍ବ ଅସ୍ଥିରତା ଦେଖାଦେଇଛି । ବିଭିନ୍ନ ଦେଶରେ ବିଟ୍ କଏନ କାରବାରକୁ ନେଇ ଜାରି କଟକଣା ଫଳରେ ଗତ କିଛି ଦିନ ଧରି ବିଟ୍ କଏନ ଦରରେ ହ୍ରାସ ଦେଖାଦେଇଛି ।
୨୦୧୪ରେ ଅମିତାଭ ବଚ୍ଚନ ହାଇଦ୍ରାବାଦର ଏକ ଛୋଟ ଅନାମଧେୟ କମ୍ପାନି ଷ୍ଟାମ୍ପେଡ୍ କ୍ୟାପିଟାଲରେ କରିଥିବା ନିବେଶ କରିଥିଲେ ଅର୍ଥାତ୍ କିଛି ସେୟାର କିଣିଥିଲେ । ଉକ୍ତ କମ୍ପାନି ବିଟ୍ କଏନ କାରବାର କରେ । ବିଟ୍ କଏନ ମୂଲ୍ୟରେ ବୃଦ୍ଧି ଯୋଗୁଁ ବିଗ୍ ବିଙ୍କ ଉକ୍ତ ସେୟର ମୂଲ୍ୟ ବୃଦ୍ଧି ପାଇବାରୁ ତାଙ୍କର ପ୍ରାୟ ୧୦ କୋଟି ଡଲାର ବା ୬୫୦ କୋଟି ଟଙ୍କା ଲାଭ ହୋଇଥିଲା । କିନ୍ତୁ ଏବେ ବିଟ୍ କଏନ ମୂଲ୍ୟ କମିଥିବାରୁ ତାଙ୍କର ଲାଭ ପ୍ରାୟତଃ ମିଳେଇଯାଇଛି ।
ଗତ ସପ୍ତାହରେ ସିଂଗାପୁରର ଜିଡୁ ଡଟ୍ କମ ନାମକ କମ୍ପାନିକୁ ଷ୍ଟାମ୍ପେଡ୍ କ୍ୟାପିଟାଲର ସବସୀଡାରୀ ଲଙ୍ଗଫିନ କର୍ପୋରେସନ କମ୍ପାନି ଅଧିଗ୍ରହଣ କରିଥିଲା । ଏହାପରେ ଲଙ୍ଗଫିନ କର୍ପୋରେସନ ଆମେରିକୀୟ ଷ୍ଟକଏକ୍ସଚେଞ୍ଜ୍ ନାସଡାକରେ ଲିଷ୍ଟିଂ ହୋଇଥିଲା । ଲିଷ୍ଟିଂ ପରେ ଗତ ସପ୍ତାହକ ମଧ୍ୟରେ କମ୍ପାନିର ସେୟାର ପ୍ରାୟ ୧୦୦୦ ଗୁଣ ବଢିଯାଇଥିଲା । କେବଳ ୧୫ ତାରିଖ ଶୁକ୍ରବାରଦିନ ଏହା ପ୍ରାୟ ୨୫୦୦ ପ୍ରତିଶତ ବଢିଥିଲା । ଏହି ଦିନ ଜିଡୁ ଅଧିଗ୍ରହଣ ବିଷୟରେ କମ୍ପାନି ଘୋଷଣା କରିଥିଲା । କମ୍ପାନିର ସେୟାର ବଢିବାରୁ ଅମିତାଭଙ୍କ ନିବେଶ ମୂଲ୍ୟ ମଧ୍ୟ ବଢିଥିଲା । ଲଙ୍ଗଫିନ ଦ୍ୱାରା ଜିଡୁ ଅଧିଗ୍ରହଣ ପରେ ବିଗ୍ ବି ଲଙ୍ଗଫିନର ପ୍ରାୟ ୨,୫୦,୦୦୦ ସେୟାର ପାଇଥିଲେ । ଏହାପରେ ସହି ସେୟାରର ମୂଲ୍ୟ ୧୭.୫ ନିୟୁତ ଡଲାର ବା ପ୍ରାୟ ୧୧୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।͇କିନ୍ତୁ ଏବେ ସେହି ମୂଲ୍ୟ ଖସିଆସିଛି ।