ବିହାର: ପୁଲିସ ହାଜତରେ ୨୯ ବର୍ଷ, କୋର୍ଟ ଆଦେଶ ପରେ ହନୁମାନ ମୂର୍ତ୍ତି ମୁକୁଳିଲେ

Advertisment
ବିହାର: ପୁଲିସ ହାଜତରେ ୨୯ ବର୍ଷ, କୋର୍ଟ ଆଦେଶ ପରେ ହନୁମାନ ମୂର୍ତ୍ତି ମୁକୁଳିଲେ

representetional immage - India Today

ଭୋଜପୁର: ଚୋର-ଡକାୟତ ଓ ଖୁଣୀ ଆସାମୀ ପୁଲିସ ହାଜତରେ ରହିବା କଥା ସମସ୍ତେ ଜାଣନ୍ତି। ମାତ୍ର ରାମଭକ୍ତ ବଜରଙ୍ଗବଳୀ ହନୁମାନଙ୍କ ଏକ ବିଗ୍ରହ ବିହାର ଭୋଜପୁର ଜିଲ୍ଲାର ଏକ ଥାନା ଷ୍ଟ୍ରଙ୍ଗରୁମ୍‌ରେ ୨୯ ବର୍ଷ ରହିବା ପରେ ଏବେ କୋର୍ଟ ଆଦେଶ‌ରେ ମୁକୁଳିଥିବା ଜଣାପଡ଼ିଛି।

ବରହାର ବ୍ଲକ୍ ଅଧୀନ ଗୁଣ୍ଡି ଗ୍ରାମରେ ଥିବା ଶ୍ରୀରଙ୍ଗନାଥ ମନ୍ଦିରରୁ ହନୁମାନ ଓ ବାରବର ସ୍ବାମୀଙ୍କ ଅଷ୍ଟଧାତୁ ମୂର୍ତ୍ତି ମେ ୨୯, ୧୯୯୪ରେ ଚୋରି ହୋଇଯାଇଥିଲା। ଏହାପରେ ମନ୍ଦିର ପୂଜକ ଜାନେଶ୍ବର ଦ୍ବିବେଦୀ ଥାନାରେ ଅଭିଯୋଗ ଦାଏର କରିଥିଲେ। ତଦନ୍ତ ପରେ ପୁଲିସ ଚୋରି ମୂର୍ତ୍ତି ଏକ କୂଅରୁ ପାଇଲା। ସେହିଦିନଠାରୁ ମୂର୍ତ୍ତି ଥାନା ହେପାଜତରେ ରହିଥିଲା।

ବିହାର ଷ୍ଟେଟ୍ ରେଲିଜିୟସ୍ ଟ୍ରଷ୍ଟ ବୋର୍ଡ ଉଦ୍ଧାର ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ହସ୍ତାନ୍ତର କରିବା ପାଇଁ ପାଟନା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା। ଦୀର୍ଘବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ଥାନା ହାଜତରୁ ହନୁମାନ ଓ ସ୍ବାମୀଜୀଙ୍କ ମୂର୍ତ୍ତି ମୁକୁଳିଛନ୍ତି। କୋର୍ଟ ନିର୍ଦ୍ଦେଶରେ ଉକ୍ତ ମୂର୍ତ୍ତିଦ୍ବୟ ଶ୍ରୀରଙ୍ଗନାଥ ମନ୍ଦିରରେ ଯଥାସ୍ଥାନରେ ପୁନଃସ୍ଥାପିତ ହୋଇ ପୂଜା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe