ବିହାର ମଦ ମୃତ୍ୟୁ ମାମଲା : ପରିବାରର ୯ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ, ୪ ମହିଳାଙ୍କୁ ଆଜୀବନ ଜେଲ୍‌

Advertisment
ମଠ ମହନ୍ତଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଜବତ

www.newindianexpress.com

ପାଟନା : ୨୦୧୬ ମସିହାର ବିହାରର ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ସ୍ବତନ୍ତ୍ର ଅବକାରୀ କୋର୍ଟ ଏହି ମାମଲାରେ ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ଏବଂ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ସମସ୍ତ ୯ ଜଣ ଗୋଟିଏ ପରିବାରର।

ଉଲ୍ଲେଖ‌ଯୋଗ୍ୟ, ୨୦୧୬ ଅଗଷ୍ଟ ମାସରେ ବିହାରର ଗୋପାଳଗଞ୍ଜ ଜିଲ୍ଲା ଅଧୀନସ୍ଥ ଖରଜୁରବନି ଅଞ୍ଚଳରେ ବିଷାକ୍ତ ମଦ ପିଇ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ ଜଣଙ୍କ ଦୃଷ୍ଟିଶକ୍ତି ନଷ୍ଟ ‌ହୋଇଯାଇଥିଲା। ‌ବିହାରରେ ନୀତୀଶ କୁମାରଙ୍କ ସରକାର ମଦ ନିଷିଦ୍ଧ କରିବାର ୪ ମାସ ପରେ ଏଭଳି ମଦ ବିଭୀଷିକା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ପ୍ରଥମ ଥର ପାଇଁ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବିହାରରେ ଏତେ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଅତିରିକ୍ତ ଜିଲ୍ଲା ଜଜ୍‌ ଲବକୁଶ କୁମାର ଆଜି ଏହି ଦଣ୍ଡାଦେଶ ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe