ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କଲା ବିହାର

ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କଲା ବିହାର

Image Courtesy of Hindustan Times

ପାଟନା: କୋଭିଡ୍-୧୯ ବିସ୍ତାର ଦମନ କରିବାକୁ ଜୁଲାଇ ୧୬ରୁ ୩୧ ତାରିଖଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ହେବ ବ‌ୋଲି ମଙ୍ଗଳବାର ଦିନ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଘୋଷଣା କରିଛନ୍ତି। ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ସରକାର ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ତାଙ୍କ ଅଫିସିୟାଲ୍ ଟୁଇଟର୍ ହ୍ୟାଣ୍ଡଲ୍‌ରେ ମୋଦୀ କହିଛନ୍ତି ଯେ, ସମସ୍ତ ମୁନିସପାଲ୍, ଜିଲ୍ଲା, ସବ୍-ଡିଭିଜନ୍ ଏବଂ ବ୍ଲକ୍ ମୁଖ୍ୟାଳୟସ୍ତରରେ ଲକ୍‌ଡାଉନ୍ ବଳବତ୍ତର ରହିବ। ଏଥିନିମନ୍ତେ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯିବ।

ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଲକ୍‌ଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏକ ଭର୍ଚ୍ୟୁଆଲ୍ ରାଲିରେ ମୋଦୀ କହିଥିଲେ, କରୋନାଭାଇରସ୍ ନିମନ୍ତେ ନା କୌଣସି ଟିକା ଅଛି ନା ଅଛି ଔଷଧ। ତେଣୁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଅନ୍ୟ ଏକ ଘଟଣାରେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ୭୫ଜଣ ଭାରତୀୟ ଜନତା ପାର୍ଟିର ନେତା ଏବଂ କର୍ମଚାରୀ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ, ଗତକାଲି ପାଟନାସ୍ଥିତ ବିଜେପି ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ୧୦୦ ଜଣ ନେତା ଓ କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣଙ୍କର ନମୁନା ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe